Only for Entertainment

କମୋଲିକା ବେଶରେ ହିନା ଖାନଙ୍କ ପ୍ରଥମ ଫଟୋ ଆସିଲା ନଜର, ଅନ୍ୟ କଳାକାର ମଧ୍ୟ ଆସିଲେ ନଜର !

0 34

ଏକତା କପୁରଙ୍କ ଫେମସ ଶୋ’ କସୌଟି ଜିନ୍ଦେଗୀ କି ସିକ୍ୱେଲ ଆସୁଛି । କିଛି ଦିନ ତଳେ ଏହାର ଭିଡିଓ ଆସିଥିଲା । ଯେଉଁଥିରୁ ଜଣା ପଡିଥିଲା କିଛି କଳାକାରଙ୍କ ସମ୍ପର୍କରେ । ମାତ୍ର ଫ୍ୟାନ୍ସ ସବୁଠାରୁ ଅଧିକ ଉତ୍ସାହର ସହ ଚାହିଁ ବସିଛନ୍ତି କମୋଲିକାଙ୍କ ଏଂଟ୍ରିକୁ ।

ମାତ୍ର ବର୍ତ୍ତମାନ ଫ୍ୟାନ୍ସମାନଙ୍କର ଏହି ଅପେକ୍ଷା ଶେଷ ହୋଇଛି । ଏକତା କପୂର ଶୋ’ର ଆଉ ଏକ ପ୍ରମୋ ରିଲିଜ କରିଛନ୍ତି । ଅନୁରାଗ ଏବଂ ପ୍ରେରଣାଙ୍କ ବ୍ୟତୀତ ଅନ୍ୟ କଳାକାରଙ୍କୁ ଦେଖିବାକୁ ମିଳିଛି । ମାତ୍ର ଏଥିରୁ ସମସ୍ତଙ୍କୁ ଆକୃଷ୍ଟ କରିଛି କମୋଲିକା ରୂପରେ ହୀନା ଖାନଙ୍କ ଗେଟଅପ ।


ମାତ୍ର ଏହି ପ୍ରମୋରେ କମୋଲିକାଙ୍କ ବ୍ୟାକ ଦେଖିବାକୁ ମିଳିଛି । ପ୍ରମୋ ଦେଖି ଅନୁମାନ ହେଉଛି ଏହି ସିରିଅଲରେ ହୀନା ଏକ ଦମଦାର ଅଭିନୟ ତୁଲାଇବାକୁ ଆସୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏକତା କପୂରଙ୍କ ନୂଆ ଶୋ’ ‘କସୌଟି ଜିନ୍ଦେଗୀ କି’ ୨୫ ସେପ୍ଟେମ୍ବରରେ ଷ୍ଟାରପ୍ଲସରେ ୮ଟା ବେଳେ ପ୍ରସାରଣ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More