Only for Entertainment

ଔଷଧୀୟ ଗୁଣରେ ଭରପୂର କସ୍ତୁରୀ ମେଥି

44

 ସ୍ୱାଦ ବଢାଇବାର ଏଭଳି ଏକ ଜିନିଷ ହେଉଛି କସ୍ତୁରୀ ମେଥୀ । ମାତ୍ର ଏହା କେବଳ ଖାଦ୍ୟର ସ୍ୱାଦ ବଢାଇନଥାଏ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ବି ଖୁବ୍ ଉପଯୋଗୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା କସ୍ତୁରୀ ମେଥି ଦ୍ୱାରା କି ପ୍ରକାରର ଲାଭ ହୋଇଥାଏ ।

 

ପେଟ ପାଇଁ କସ୍ତୁରୀ ମେଥି କୌଣସି ବରଦାନଠୁ କମ ନୁହେଁ । ଯଦି ଆପଣ ଏହାକୁ ଆପଣଙ୍କ ଖାଦ୍ୟରେ ବ୍ୟବହାର କରିବେ ତେବେ ଏହାଦ୍ୱାରା ଆପଣଙ୍କ ପେଟ ରୋଗ ସହିତ ହାର୍ଟ, ଗ୍ୟାଷ୍ଟ୍ରିକ ଏବଂ ଅନ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ସବୁଠୁ ବଡ କଥା ହେଉଛି ମହିଳାଙ୍କ ପାଇଁ କସ୍ତୁରୀ ମେଥୀ ବିଶେଷ ଉପଯୋଗୀ ହୋଇଥାଏ । ଖାସ୍ କରି ଯେଉଁ ମହିଳା ବ୍ରେଷ୍ଟଫିଡିଂ କରାଇଥାନ୍ତି ସେମାନେ ସେମାନଙ୍କର ଖାଦ୍ୟରେ କସ୍ତୁରୀ ମେଥୀ ସାମିଲ କରିବା ଉଚିତ୍ । କସ୍ତୁରୀ ମେଥିରେ ଏଭଳି ଏକ କମ୍ପାଉଣ୍ଡ ଥାଏ ଯାହା ସ୍ତନପାନ କରାଉଥିବା ମହିଳାଙ୍କ ପାଇଁ ଅଧିକ ସହାୟକ ହୋଇଥାଏ । ଏହା ସହିତ କସ୍ତୁରୀ ମେଥୀ ଦ୍ୱାରା ଶରୀରରେ ରକ୍ତ ଅଭାବ ଦୂର ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More