Only for Entertainment

ହଲିଉଡ ପର୍ଯ୍ୟନ୍ତ ପହଂଚିଲା କଠୁଆ ଗଣଦୁଷ୍କର୍ମ ମାମଲା । ଓକିିଲଙ୍କ ସାହସକୁ ସଲାମ କଲେ ଏମା ୱାଟସନ ।

bollywood tadka
0 74

ଜମ୍ମୁ କାଶ୍ମୀର କଠୁଆରେ ୮ ବର୍ଷର ଝିଅ ସହିତ ୭ ଜଣ ବଳାତ୍କାର କରିଥିବା ମାମଲା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଷ୍ଟାର ହୁଅନ୍ତୁ କିମ୍ବା ସାଧାରଣ ଜନତା ସମସ୍ତେ ସମସ୍ତେ ଦୋଷୀକୁ ଅତି କଠୋର ଦଣ୍ଡ ଦେବା ପାଇଁ ଦାବି କରୁଛନ୍ତି । ଏହି କେସରେ ଯିଏ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ସେ ହେଉଛନ୍ତି କଠୁଆ ରେପ କେସରେ ପିଡ଼ିତା ଆସିଫାଙ୍କ ପରିବାର ପାଇଁ ଲଢୁଥିବା ମହିଳା ଓକିଲ ଦୀପିକା ସିଂ ରଜାୱତ । ଚର୍ଚ୍ଚାରେ ରହିବାର କାରଣ ହେଉଛି ସେ ସେହି ସମୟରେ ପିଡ଼ିତାଙ୍କ ପରିବାର ସହିତ ଥିଲେ ଯେତେବେଳେ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ପର୍ଯ୍ୟନ୍ତ ସମସ୍ତେ ଦୋଷୀ ମାନଙ୍କୁ ସମର୍ଥନ କରୁଥିଲେ । ଓକିଲ ଦୀପିକା ସିଂ ରଜାୱତଙ୍କୁ ହଲିଉଡ ତାରକା ଏମା ୱାଟସନଙ୍କର ମଧ୍ୟ ସାଥ ମିଳିଛି ।

 


ଏମା ୱାଟସନ ଟ୍ୱିଟରରେ ପୋଷ୍ଟ ସେୟାର କରି ଦୀପିକାଙ୍କୁ ଶକ୍ତିଶାଳୀ ବୋଲି କହିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଫଟୋ ଖୁବ ଭାଇରାଲ ହେଉଛି ।

ଜମ୍ମୁ ବାର ଆସୋସିଏସନ ଦୀପିକାଙ୍କୁ କେସ ଛାଡ଼ିବା ପାଇଁ ଖୁବ ଚାପ ମଧ୍ୟ ପକାଇଛନ୍ତି । ଏହାପରେ ମଧ୍ୟ ସେ ପଛଘୁଂଚା ଦେଇନାହାଁନ୍ତି । କେସ ଲଢିବା ପୂର୍ବରୁ ସେ ମିଡିଆକୁ ନିଜର ସୁରକ୍ଷା ପାଇଁ ମଧ୍ୟ କହିଥିଲେ । ତେବେ ମଳାକô୍ାରର ଧମକ ଓ ହତ୍ୟା ଧମକ ପରେ ମଧ୍ୟ ସେ ଏହି କେସ ଲଢୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More