Only for Entertainment

ଜିରୋ ଡିଗ୍ରୀ ଟେମ୍ପରେଚରରେ ଭଉଣୀ ସହ ମସ୍ତୀ କରୁଥିବା ନଜର ଆସିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଭାଇରାଲ ହେଲା ଭିଡିଓ-

insta pic of katrina
23

ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ନିଜର ପରିବାର ସହିତ ନ୍ୟୁୟର ସେଲିବ୍ରେସନ କରୁଛନ୍ତି । ନିକଟରେ ସେ ନିଜ ଭଉଣୀଙ୍କ ସହିତ ଏକ ଭିଡିଓ ସେୟାର କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନ୍ୟୁୟର ପାଇଁ ଇଲଣ୍ଡରେ ପରିବାର ସହ ଛୁଟି ବିତାଉଛନ୍ତି କ୍ୟାଟ୍ରିନା । ତେବେ ଜିରୋ ଡିଗ୍ରୀ ଟେମ୍ପରେଚରରେ କ୍ୟାଟ୍ରିନା ଏବଂ ତାଙ୍କ ଭଉଣୀ ସୁଇମିଂ କରୁଥିବାର ଏକ ଭିଡିଓ ଦେଖିବାକୁ ମିଳିଛି । କ୍ୟାଟ୍ରିନାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ନଜର ଆସିଛନ୍ତି ଏହି ଭିଡିଓରେ । ତେବେ ଏହି ଭିଡିଓକୁ କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

କ୍ୟାଟ୍ରିନାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ସଲମାନ ଖାନଙ୍କ ଫିଲ୍ମ ଭାରତରେ ନଜର ଆସିବେ । ଫିଲ୍ମରେ ତାଙ୍କ ଅପୋଜିଟରେ ସଲମାନ ଖାନଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More