Only for Entertainment

ଦେଶୀ ଲୁକରେ କାଟ୍ରିନା ।

times now
0 43

‘ଟାଇଗର ଜିନ୍ଦା ହୈ’ ର ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜଫରଙ୍କ ଜନ୍ମଦିନ ପାର୍ଟିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା । କ୍ୟାଟ୍ରିନା ଏକ ଧଳା ବାଇବଣୀ ରଙ୍ଗର ଡ୍ରେସରେ ସୁନ୍ଦର ଲାଗୁଥିବା ବେଳେ ତାଙ୍କ ହାତ ଏବଂ ଗୋଡରେ ଲାଗିଥିବା ଅଳତା କ୍ୟାମେରାଠାରୁ ଲୁଚି ପାରି ନଥିଲା ।

ଗୋଡରେ ଲାଗିଥିବା ନାଲି ଅଳତାକୁ ତାଙ୍କ ଜୋତା ଲୁଚେଇପାରିନଥିଲା । ଆମିରଙ୍କ ଫିଲ୍ମ ଠଗସ ଅଫ ହିନ୍ଦୁସ୍ତାନର ଗୀତ ପାଇଁ କ୍ୟାଟ୍ରିନା ଏବେ ବ୍ୟସ୍ତ ଥିବା ବେଳେ ଏଥିରୁ ଲାଗୁଛି କ୍ୟାଟ୍ରିନା ଜନ୍ମଦିନ ପାର୍ଟିରେ ଯୋଗ ଦେବା ପୂର୍ବରୁ ତାଙ୍କ ମେକଅପ ଛଡାଇବା ପାଇଁ ସମୟ ପାଇ ନଥିଲେ । ପାର୍ଟିରେ କ୍ୟାଟ୍ରିନା ନା କେବଳ ତାଙ୍କ ଭଉଣୀ ଇଶାବେଲା କୈଫଙ୍କ ସହିତ ସମୟ ବିତାଇଥିଲେ ତା ଛଡା ‘ହେଟ କ୍ଲବ’ ସହସ୍ୟ ବରୁଣ ଧାୱନ ଓ ଅର୍ଜୁନ କପୁରଙ୍କ ସହିତ ମଧ୍ୟ ସମୟ ବିତାଇଥିଲେ । କିନ୍ତୁ କ୍ୟାଟ୍ରିନା ଚତୁରତାର ସହିତ ଇଂଷ୍ଟାଗ୍ରାମ ଫଟୋରେ ଅଳତାକୁ ଲୁଚାଇଦେଇଥିଲେ ।

କ୍ୟାଟ୍ରିନାଙ୍କ ଇଂଷ୍ଟାଗ୍ରାମ ଫଟୋ ଠଗସ ଅଫ ଦିନ୍ଦୁସ୍ତାନରେ କ୍ୟାଟିନାଙ୍କ ଲୁକ ବିଷୟରେ ସୂଚନା ଦେଉଛି । ଠଗସ ଏଫ ହିନ୍ଦୁସ୍ତାନର ଏହି ଗୀତଟିକୁ ପ୍ରଭୁ ଦେବା କୋରିଓଗ୍ରାଫ କରୁଛନ୍ତି । କ୍ୟାଟ୍ରିନା ସୁଟିଂ ଲୋକେସନର କେତକ ଭିଡିଓ ଏବଂ ଫଟୋକୁ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More