Only for Entertainment

କ୍ୟାଟ୍ରିନାଙ୍କ ଆଡକୁ ବନ୍ଧୁତାର ହାତ ବଢାଇଲେ ଦୀପିକା, କ୍ୟାଟଙ୍କ ଭିଡିଓରେ କିଛି ଏହି ପ୍ରକାର କଲେ କମେଣ୍ଟ

ndtv
42

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିଜର ଲୁକ୍ସ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହିତ ଫଟୋ ଏବଂ ଭିଡିଓଜ ସେୟାର କରିଥାନ୍ତି ।

ନିକଟରେ କ୍ୟାଟ୍ରିନା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସ୍ଲୋ ମୋଶନ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ରେକଡ ଡ୍ରେସରେ ପୋଜ ଦେଉଥିବାର ନଜର ଆସିଛନ୍ତି । ଭିଡିଓ ସେୟାର କରି କ୍ୟାଟ ଲେଖିଥିଲେ, ‘ୱିକେଣ୍ଡରେ କିଛି ଏହି ପ୍ରକାର..’ ।

 

View this post on Instagram

 

Heading into the weekend (with a dash of red) like……???

A post shared by Katrina Kaif (@katrinakaif) on

କ୍ୟାଟ୍ରିନା ଏହି ଭିଡିଓରେ ଏତେ ସୁନ୍ଦର ଦେଖାଯାଉଛନ୍ତି ଯେ ଅଭିନେତ୍ରୀ ଦୀପିକା ପାଦୁକୋନ କମେଣ୍ଟ ନ କରି ରହିପାରିନାହାଁନ୍ତି । କମେଣ୍ଟ କରି ଦୀପିକା ଲେଖିଥିଲେ ‘ଷ୍ଟପ ଇଟ !’ ଏହା ପରେ ସେ ଲଭ ଇମୋଜୀ ଦେଇଥିଲେ ।

Screenshot

କ୍ୟାଟଙ୍କ ଭିଡିଓକୁ ବର୍ତ୍ତମାନ ଶୁଦ୍ଧା ୧୨ ଲକ୍ଷ ଲାଇକ୍ସ ମିଳିସାରିଛି । ଦୀପିକାଙ୍କ ବ୍ୟତିତ ଫ୍ୟାନ୍ସ ମଧ୍ୟ କ୍ୟାଟ୍ରିନାଙ୍କ ଏହି ଅନ୍ଦାଜକୁ ଖୁବ ପସନ୍ଦ କରିଛନ୍ତି । କହିରଖୁଛୁ ଯେ, ରଣବୀର କପୁରଙ୍କୁ ନେଇ କ୍ୟାଟ୍ରିନା ଏବଂ ଦୀପିକାଙ୍କ ମଧ୍ୟରେ ଶତୃତା ବଢିଥିଲା । କିନ୍ତୁ ଦୀପିକାଙ୍କ ବିବାହ ପରେ ଦୁହିଁଙ୍କ ସମ୍ପର୍କରେ ଏବେ ସୁଧାର ଦେଖିବାକୁ ମିଳିଛି । କ୍ୟାଟ୍ରିନା, ଦୀପିକାଙ୍କ ରିସେପ୍ସନରେ ଯୋଗ ଦେଇ ଏହି ସମ୍ପର୍କକୁ ସୁଧାରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More