Only for Entertainment

ଫେରୁଛି କି ଦୀପିକା-କ୍ୟାଟ୍ରିନାଙ୍କ ଦୋସ୍ତି ! ଜାଣିବା ପାଇଁ ପଢନ୍ତୁ ।

zeenews
24

ଦୀପିକା ପାଦୁକୋନ୍‍ ସହ ବ୍ରେକଅପ୍‍ ପରେ ଯେତେବେଳେ ରଣବୀର କପୁର କ୍ୟାଟ୍ରିନାଙ୍କ ସହ ଡେଟ୍‍ ଆରମ୍ଭ କଲେ ସେତେବେଳେ ଉଭୟଙ୍କ ମଧ୍ୟରେ ବିବାଦ ବଢିଥିଲା ଓ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏପରିକି ଦୀପିକା ଓ କ୍ୟାଟ୍ରିନା ପରସ୍ପରର ମୁହଁ ଚାହିଁବାକୁ ପସନ୍ଦ କରୁନଥିଲେ । ବିଭିନ୍ନ ଚାଟ୍‍ ଶୋ’ରେ ଉଭୟ ଉଭୟଙ୍କ ଉପରେ ମନ୍ତବ୍ୟ ମଧ୍ୟ ଦେଉଥିଲେ ।

BeFunky_Collage_22

ଏବେ ମିଳୁଥିବା ସୂଚନା ଅନୁସାରେ ଦୀପିକା ଓ କ୍ୟାଟ୍ରିନାଙ୍କ ମଧ୍ୟରେ ଦୋସ୍ତି ରଣବୀର ସିଂଙ୍କ କାରଣରୁ ପୁଣି  ଥରେ ଆଗକୁ ବଢିଛି । ନିଜ ବିବାହ ଉତ୍ସବରେ ଦୀପିକା କ୍ୟାଟ୍ରିନାଙ୍କୁ ଡାକିବେ ନାହିଁ ବୋଲି ନିଷ୍ପତି ନେଇଥିଲେ । ହେଲେ ରଣବୀର ନିଜେ ବ୍ୟକ୍ତିଗତ ଭାବେ କ୍ୟାଟ୍ରିନାଙ୍କୁ ଡାକିଥିଲେ ଆଉ କ୍ୟାଟ୍ରିନା ମଧ୍ୟ ରିସେପସନ୍‍ରେ ଯୋଗଦେଇଥିଲେ । ଏବେ ଏହି ରିସେପସନ୍‍ ପରେ ଦୀପିକା କ୍ୟାଟ୍ରିନାଙ୍କ ଫଟୋକୁ ଲାଇକ୍‍ କରୁଛନ୍ତି ଏବଂ କ୍ୟାଟ୍ରିନାଙ୍କୁ ଇନ୍‍ଷ୍ଟାଗ୍ରାମରେ ମଧ୍ୟ ଫଲୋ କରୁଛନ୍ତି । କ୍ୟାଟ୍ରିନା ମଧ୍ୟ ଏଥିରେ ପଛରେ ନାହାଁନ୍ତି । ସେ ମଧ୍ୟ ସୋସିଆଲ ମିଡିଆରେ ଦୀପିକାଙ୍କୁ ଫଲୋ କରୁଛନ୍ତି ଏବଂ ରଣବୀର ଓ ଦୀପିକାଙ୍କ ଇନ୍‍ଷ୍ଟା ଆକାଉଣ୍ଟରେ ମତ ଦେବା ସହ ସେମାନଙ୍କ ସୁଖ ଦାମ୍ପତ୍ୟର ଶୁଭେଚ୍ଛା ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More