Only for Entertainment

ଭାରତର ସବୁଠାରୁ ବଡ ଡ୍ୟାନ୍ସିଂ ଫିଲ୍ମରେ ବରୁଣଙ୍କ ସହିତ ନଜର ଆସିବେ ଏହି ଅଭିନେତ୍ରୀ, ଜାଣନ୍ତୁ କେବେ ହେବ ରିଲିଜ

YouTube
0 59

କ୍ୟାଟ୍ରିନା ଏବଂ ବରୁଣ ଧୱନଙ୍କ ପ୍ରଶଂସକ ପାଇଁ ଖୁସି ଖବର । ଦୀର୍ଘ ସମୟରୁ ଦୁହିଁଙ୍କୁ ଏକା ସହିତ ବଡ ପରଦାରେ ଦେଖିବା ପାଇଁ ପ୍ରଶଂସକ ଚାହିଁ ବସିଥିଲେ । ବର୍ତ୍ତମାନ ସେମାନଙ୍କର ହେି ଆଶା ପୁରା ହେବା ପାଇଁ ଯାଉଛି । ବରୁଣ ଏବଂ କ୍ୟାଟ୍ରିନା ଦୁହିଁଙ୍କର ଡ୍ୟାନ୍ସିଂ ସ୍କିଲ ଜବରଦସ୍ତ ହୋଇଥିବା ବେଳେ ଦୁହେଁ ଖୁବ ଶୀର୍ଘ ଏକ ଡ୍ୟାନ୍ସଙ୍ଗ ଫିଲ୍ମରେ ନଜର ଆସିବେ । ଆଜ୍ଞା ହଁ, ଦୁହେଁ ଭାରତର ସବୁଠାରୁ ବଡ ଡ୍ୟାନ୍ସିଂ ଫିଲ୍ମରେ ନଜର ଆସିବେ । ଏହା ହେଉଛି ରେମୋ ଡିସୁଜାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଏବିସିଜି-୩’ । କିନ୍ତୁ ଏହା ବିଷୟରେ ଅଧିକ କିଛି କହିବା ପାଇଁ ରେମୋ ମନା କରିଦେଇଛନ୍ତି ।

‘ଏବିସିଡି’ର ପ୍ରଥମ ଦୁଇଟି ସିରିଜକୁ ରେମୋ ନିର୍ଦ୍ଦେଶନା ଦେଇଥିଲେ । ରେମୋ କହିଥିଲେ ଯେ, ‘ଏହି ଫିଲ୍ମରେ ମୁଁ ବରଣ ଧୱନଙ୍କୁ ଡାଇରେକ୍ଟ କରିବି । ବରୁଣ ବଲିଉଜ ଇଣ୍ଡଷ୍ଟ୍ରୀର ସବୁଠାରୁ ପ୍ରତିଭାଶାଳୀ ଡ୍ୟାନ୍ସର ମଧ୍ୟରୁ ଏକ ଏବଂ କ୍ୟାଟ୍ରିନାଙ୍କ ଡ୍ୟାନ୍ସ ଆମେ ସମସ୍ତେ ଦେଖିଛେ । ସେ ଜଣେ ଭର୍ସାଟାଇଲ ଡ୍ୟାନ୍ସର ।’

katrina

ଏହି ଫିଲ୍ମକୁ ଟି-ସିରିଜ ପ୍ରଡ୍ୟୁସ କରିବ । ଫିଲ୍ମର ପ୍ରଡ୍ୟୁସର ଭୂଷଣ କୁମାର ବରୁଣ ଏବଂ କ୍ୟାଟ୍ରିନାଙ୍କ ପ୍ରଶଂସା କରି କହିଥିଲେ ଯେ, ‘ଦୁଇ ଜଣ ଖୁବ ପ୍ରତିଭାଶାଳୀ କଳାକାର । ଦର୍ଶକ ଦୁଇ ଜଣଙ୍କୁ ଏହା ସହିତ ଦେଖିବାକୁ ପାଇବେ ।’ ଏହି ଫିଲ୍ମ ୮ ନଭେମ୍ବର ୨୦୧୯ରେ ରିଲିଜ ହେବ ।

କ୍ୟାଟ୍ରିନା ଆନନ୍ଦ ଏଲ ରାୟଙ୍କ ଫିଲ୍ମ ‘ଜିରୋ’ର ସୁଟିଂରେ ବ୍ୟସ୍ତ ଥିବା ବେଳେ ବରୁଣଙ୍କ ଆଗାମୀ ଫିଲ୍ମ ‘ଅକ୍ଟୋବର’ ୧୩ ଏପ୍ରିଲରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More