Only for Entertainment

ପ୍ରିୟଙ୍କାଙ୍କ ବିରୁଦ୍ଧରେ କହିବାରୁ ସଲମାନଙ୍କ ସମର୍ଥନରେ ଆସିଲେ କ୍ୟାଟ୍ରିନା ।

35

ଆଗକୁ ରିଲିଜ ହେବାକୁ ଯାଉଛି ଫିଲ୍ମ ଭାରତ । ଏହି ଫିଲ୍ମରେ ପ୍ରଥମେ ସଲମାନଙ୍କ ସହିତ ପ୍ରିୟଙ୍କା ଚୋପ୍ରା ନଜର ଆସିଥାନ୍ତେ । କିନ୍ତୁ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ପ୍ରିୟଙ୍କା ଏହି ଫିଲ୍ମକୁ ଛାଡ଼ି ଦେଇଥିଲେ । ତେବେ ଏବେ ଫିଲ୍ମର ସମୟ ପାଖେଇ ଆସୁଥିବାରୁ ସଲମାନ ଏବଂ ଟିମ ଫିଲ୍ମର ପ୍ରମୋଶୋନରେ ଲାଗି ପଡ଼ିଛନ୍ତି ।

ନିକଟରେ କ୍ୟାଟ୍ରିନା ଏକ ପ୍ରମୋଶନରେ ସଲମାନ ଏବଂ ପ୍ରିୟଙ୍କାଙ୍କୁ ନେଇ କିଛି ମନ୍ତବ୍ୟ ଦେଇଛନ୍ତି । ବାସ୍ତବରେ ସଲମାନ ଏବେ ବାରମ୍ବାର ପ୍ରିୟଙ୍କାଙ୍କ ବିଷୟରେ କହୁଥିବାର ନଜର ଆସିଛି । ଯେତେବେଳେ କ୍ୟାଟ୍ରିନାଙ୍କୁ ପ୍ରିୟଙ୍କାଙ୍କୁ ନେଇ ସଲମାନ ଦେଉଥିବା ମନ୍ତବ୍ୟ ବିଷୟରେ ପ୍ରଶ୍ନ କରାଗଲା ସେ କହିଲେ ସଲମାନ ଯାହା ମଧ୍ୟ କୁହନ୍ତି କିଛି ମଧ୍ୟ ଭାବନ୍ତି ନାହିଁ । ସେଭଳି ତାଙ୍କ ମନରେ କିଛି ନଥାଏ, ସେ ସେମିତି କହିଦିଅନ୍ତି । । ସେ ପ୍ରମୋଶନ ସମୟରେ ମଧ୍ୟ କେବେ କେବେ ୫ ଥର ମଧ୍ୟ ମୋତେ କିଛି କୁହନ୍ତି । କିନ୍ତୁ ତାହା ସବୁ ସେ ମଜାଳିଆ ଢଙ୍ଗରେ କୁହନ୍ତି । ମୁଁ ସେ କଥାକୁ ଗମ୍ଭୀର ଭାବରେ ନିଏ ନାହିଁ ।

ଯେତେବେଳେ ଫିଲ୍ମର ନିର୍ଦ୍ଦେଶକ ଅଲି ଅବାସ ଜଫରଙ୍କୁ ଏହି ପ୍ରଶ୍ନ କରାଗଲା ସେ କହିଲେ ସେଭଳି କିଛି ନୁହେଁ । ପ୍ରିୟଙ୍କା ଏବଂ ମୁଁ ଭଲ ସାଙ୍ଗ । ଆମେ ଏହି ବିଷୟରେ ଆଲୋଚନା କରିସାରିଛୁ । ମୁଁ ଏଭଳି ଭାବେଯେ ଯିଏ ସଲମାନଙ୍କୁ ଜାଣିଛି ସେ ଏହା ଖୁବ ଭଲ ଭାବରେ ଜାଣିଥିବଯେ ସଲମାନଙ୍କୁ ମଜାକ କରିବାର ଅଭ୍ୟାସ ରହିଛି । ପ୍ରିୟଙ୍କାଙ୍କ ସହିତ ସଲମାନ ଏବେ ଯାହା କରୁଛନ୍ତି ଭାରତ ସେଟରେ ମୋ ସହିତ ସବୁବେଳେ ହେଉଥିଲା ।

ଏବେ ବାରମ୍ବାର ପ୍ରିୟଙ୍କାଙ୍କୁ ନେଇ ଦେଉଥିବା ବିବାଦୀୟ ମନ୍ତବ୍ୟ ପାଇଁ ଗାୟିକା ସୋନା ମହାପାତ୍ର ମଧ୍ୟ ସଲମାନଙ୍କ ଉପରେ ରାଗି ଯାଇଥିଲେ ଏବଂ ପ୍ରିୟଙ୍କାଙ୍କ ସମର୍ଥନରେ ଆସିଥିଲେ । ତାହାକୁ ସେ ଏକ ଟ୍ୱିଟ ମାଧ୍ୟମରେ ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More