Only for Entertainment

କ୍ୟାଟ୍ରିନାଙ୍କୁ କାନ୍ନାଡାରେ ର୍ଦୁବ୍ୟବହାର, ଭିଡିଓ ଭାଇରାଲ

DNA India
0 61

କ୍ୟାଟ୍ରିନା କୈଫ ଏବେ ସଲମାନଙ୍କ ଦବଙ୍ଗ ଟୁର ପାଇଁ ବିଭିନ୍ନ ଦେଶର ଯାତ୍ରା କରୁଛନ୍ତି । ଏବେ ସେ ଏହି ଟୁର ପାଇଁ କାନ୍ନାଡାର ଭ୍ୟାନକ୍ୟୁବରରେ ପହଁଚିଛନ୍ତି । ତେବେ ସେଠାରେ କିଛି ଲୋକ କ୍ୟାଟ୍ରିନାଙ୍କୁ ର୍ଦୁବ୍ୟବହାର କରିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କାନ୍ନଡାର ଭ୍ୟାନକ୍ୟୁବରରେ କ୍ୟାଟ୍ରିନା ଦବଙ୍ଗ ଟୁରରେ ପର୍ଫମାନ୍ସ କରିବା ପାଇଁ ପହଁଚିଛନ୍ତି । ଶୋ’ ସାରି ଫେରିବା ବେଳେ କିଛି ପ୍ରଶଂସକ ତାଙ୍କ ସହିତ ଫଟୋ ଉଠାଇବା ପାଇଁ ଯିଦ କରିଥିଲେ । କ୍ୟାଟ୍ରନା ଫଟୋ ଉଠାଇବା ପାଇଁ ରାଜି ନହେବାରୁ ତାଙ୍କୁ ସେମାନେ ର୍ଦୁବ୍ୟବହାର କରିଥିଲେ ।

ଏହି ଭିଡିଓରେ କ୍ୟାଟ୍ରିନା ଫଟୋ ଉଠାଇବା ପାଇଁ ମନା କରୁଥିବା ଶୁଣିବାକୁ ମିଳୁଛି । ଏହା ପରେ ସେ ନିଜ କାର ପାଖକୁ ଯାଉଥିବା ସମୟରେ ପ୍ରଶଂସକମାନେ ତାଙ୍କୁ କମେଣ୍ଟ କରିଥିଲେ । ଏହା ପରେ କ୍ୟାଟ୍ରିନା ସେଠାରେ ରହି ତାଙ୍କୁ ଜବାବ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଏହା ପରେ ଅନେକ ପ୍ରଶଂସକ କ୍ୟାଟ୍ରିନାଙ୍କୁ ଘେରି ଫଟୋ ଉଠାଉଥିବା ବେଳେ କିଛି ନିରାଶ ପ୍ରଶଂସକ କହିଛନ୍ତି ଯେ ଆମେ ସଲମାନଙ୍କ ପାଇଁ ଆସିଛୁ କ୍ୟାଟ୍ରିନାଙ୍କ ପାଇଁ ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More