Only for Entertainment

ଏୟାରପୋର୍ଟରେ ଫ୍ୟାନ୍ସଙ୍କ ବ୍ୟବହାରରେ ଚିନ୍ତିତ ହେଲେ କ୍ୟାଟ୍ରିନା ।

bollywood tadka
37

ନିଜ ପ୍ରିୟ କଳାକାରଙ୍କୁ ଦେଖିବାର ଉତ୍ସାହ ସମସ୍ତଙ୍କର ଥାଏ । ଆଜିକାଲି ସେମାନଙ୍କ ସହିତ ସେଲ୍ଫି ନେବା ମଧ୍ୟ ଏକ ସାଧାରଣ କଥା ହୋଇଯାଇଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେଲିବ୍ରେଟୀଙ୍କର ମଧ୍ୟ କିଛି ବ୍ୟକ୍ତିଗତ ଜୀବନ ରହିଛି ଏବଂ ବଂଚିବାର ଅଧିକାର ମଧ୍ୟ । କିନ୍ତୁ ଜୋଶରେ ହୋଶ ଉଡ଼ାଇବା ଭଳି କଥା ଯଦି ହୁଏ ତାହା ନିହାତି ଭାବରେ ନିନ୍ଦାଜନକ । ନିକଟରେ ସେହିଭଳି ଏକ ନିନ୍ଦନୀୟ ଦୃଶ୍ୟ ଦେଖିବାକୁ ମିଳିଛି କ୍ୟାଟ୍ରିନାଙ୍କ ନିକଟରେ ।

 

ଏୟାରପୋର୍ଟରୁ ଆସୁଥିବା ସମୟରେ ହଠାତ କିଛି ଲୋକ ତାଙ୍କ ସହିତ ସେଲ୍ଫି ନେବା ପାଇଁ ତାଙ୍କ ନିକଟକୁ ମାଡ଼ିଗଲେ । ଯାହା ଦ୍ୱାରା ଖୁବ ଚିନ୍ତିତ ହୋଇଗଲେ କ୍ୟାଟ୍ରିନା ଏବଂ ରାଗିଗଲେ ମଧ୍ୟ । ଏହି ସମୟରେ କ୍ୟାଟଙ୍କ ବଡିଗାର୍ଡ଼ ଥାଇ ମଧ୍ୟ ଲୋକ ଜବରଦସ୍ତ ଯାଉଥିଲେ ଫଟୋ ଉଠାଇବାକୁ ।ସବୁଠାରୁ ଖାସ କଥା ହେଉଛି ତାଙ୍କ ସହିତ ସେଲ୍ଫି ନେବା ପାଇଁ କୌଣସି ଅନୁମତି ନ ମାଗି ହଠାତ ତାଙ୍କ ପାଶ୍ୱର୍କୁ ମାଡ଼ିଯିବା ଅନୁଚିତ ଏବଂ ନିନ୍ଦନୀୟ ଘଟଣା । ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି ।ତେବେ ଏହି ଘଟଣାରେ କ୍ୟାଟ୍ରିନା ରାଗି ଯାଇଥିବା ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More