Only for Entertainment

ଭାରତ ରିଲିଜ ପୂର୍ବରୁ ଉଡ଼ିଲା କ୍ୟାଟ୍ରିନାଙ୍କ ରାତିର ନିଦ । ଖୁବ ଖାସ ହେଉଛି କାରଣ ।

49

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ଫିଲ୍ମ ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ଇଦ ଉପଲକ୍ଷେ ଅର୍ଥାତ ଆସନ୍ତା କାଲି ସିନେମା ଘରେ ରିଲିଜ ହେବାକୁ ଯାଉଛି । ଫିଲ୍ମକୁ ନେଇ ସମସ୍ତେ ଉତ୍ସାହିତ । କ୍ୟାଟ୍ରିନା ମଧ୍ୟ ଏହାକୁ ନେଇ ଉତ୍ସାହିତ । ନିକଟରେ ଦେଇଥିବା ଏକ ଇଂଟରଭ୍ୟୁରେ କ୍ୟାଟ୍ରିନା ଫିଲ୍ମକୁ ନେଇ ଥିବା ଉତ୍ସାହ ବିଷୟରେ କହିଛନ୍ତି ।

କେବଳ ଏତିକି ନୁହେଁ କ୍ୟାଟ୍ରିନାଙ୍କ ମତରେ ଫିଲ୍ମ ଖୁବ ରୋମାଂଚକର ଏବଂ ଫିଲ୍ମ ପାଇଁ କ୍ୟାଟ୍ରିନାଙ୍କ ରାତିର ନିଦ ଉଡ଼ି ଯାଇଛି । ଏହା ସହିତ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ମଧ୍ୟ କ୍ୟାଟ୍ରିନା ଅପେକ୍ଷା କରିପାରିବେ ନାହିଁ ବୋଲି କହିଛନ୍ତି ।

ଫିଲ୍ମ କଥା ଯଦି ଆଲୋଚନା କରିବା ତେବେ ଏଥିରେ କ୍ୟାଟ୍ରିନା ଏବଂ ସଲମାନଙ୍କ ବ୍ୟତୀତ ତବୁ, ଦିଶା ପାଟନୀ, ସୁନିଲ ଗ୍ରୋଭର, ଜ୍ୟାକି ସ୍ରଫ ଏବଂ ନୋରା ଫତେହି ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More