Only for Entertainment

ଦବଙ୍ଗ ଟୁରରେ କ୍ୟାଟ୍ରିନାଙ୍କ ଧମାଲ୍, ଷ୍ଟେଜରେ ଦେଖିବାକୁ ମିଳିଲା ଜବରଦସ୍ତ ଡ୍ୟାନ୍ସ ।

bollywooddhamaka
0 77

ପୁଣିଥରେ ନିଜ ଫ୍ୟାନ୍ସଙ୍କ ହୋସ୍ ଉଡାଇଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ନିଜ ଜବରଦସ୍ତ ଡ୍ୟାନ୍ସ ଭିଡିଓ । ନର୍ଥ ଆମେରିକାର ବିଭିନ୍ନ ସହରରେ ଏବେ ସଲମାନ ଖାନ୍ ଓ ବଲିଉଡର ଅନ୍ୟ କିଛି ସେଲିବ୍ରିଟିଙ୍କ ସହ ଦବାଙ୍ଗ ଟୁରରେ କ୍ୟାଟ୍ରିନା ନିଜ ଫ୍ୟାନ୍ସଙ୍କ ମନୋରଂଜନରେ ବ୍ୟସ୍ତ ଅଛନ୍ତି । ଯାହାର କିଛି କିଛି ଝଲକ ସେ ଦେଖାଇଛନ୍ତି ସୋସିଆଲ୍ ମିଡିଆରେ ଥିବା ନିଜ ଫ୍ୟାନ୍ସଙ୍କୁ ।

 

୨୧ ଦିନ ଧରି ୟୁଏସଏର ବିଭିନ୍ନ ସହରରେ ଦବାଙ୍ଗ ଟୁର୍ ଜରିଆରେ ନିଜ ଜବରଦସ୍ତ ପର୍ଫମାନ୍ସ ଭେଟି ଦେଇଛନ୍ତି ଏହି ବଲିଉଡ ସୁନ୍ଦରୀ । ଆଉ ଅଡିଏନ୍ସ ମଧ୍ୟ କ୍ୟାଟ୍ରିନାଙ୍କ ପର୍ଫମାନ୍ସର ଭରପୁର ମଜା ଉଠାଇଛନ୍ତି । ନିଜ ଜବରଦସ୍ତ ଡ୍ୟାନ୍ସର କିଛି ଭିଡିଓକୁ ଅଭିନେତ୍ରୀ କ୍ୟାଟ୍ରିନା ସେୟାର୍ କରିଛନ୍ତି ସୋସିଆଲ୍ ମିଡିଆ ଇଂଷ୍ଟାଗ୍ରାମରେ । କେବଳ ସେତିକି ନୁହେଁ ସୋସିଆଲ୍ ମିଡିଆରେ ବି ଭାଇରାଲ୍ ହେଉଛି କ୍ୟାଟଙ୍କ ଏହି ସବୁ ଡ୍ୟାନ୍ସ ଭିଡିଓ ।

 

सबका स्वागत ???@dabaangreloaded2018

A post shared by Katrina Kaif (@katrinakaif) on

ନିଜର ଫିଲ୍ମର ହିଟ୍ ଗୀତ ଗୁଡିକରେ କ୍ୟାଟ୍ରିନା ପରଶି ଦେଇଛନ୍ତି ଜବରଦସ୍ତ ଡ୍ୟାନ୍ସ । ବଲିଉଡ୍ର ଏହି ଚିକନି ଚମେଲି ନିଜ ଡ୍ୟାନ୍ସ ଓ ସିଜଲିଂ ବିୟୁଟି ପାଇଁ ବେଶ ଲୋକପ୍ରିୟ । ଫ୍ୟାନ୍ସ ବି ତାଙ୍କର ଲାଇଭ୍ ପର୍ଫମାନ୍ସ ଦେଖିବା ପାଇଁ ହୋଇଛନ୍ତି ଉତ୍ସାହିତ । ଦବଙ୍ଗ ଟୁର୍ ଜରିଆରେ ବିଦେଶରେ ଥିବା ନିଜ ପ୍ରଶଂସକଙ୍କ ଗହଣରେ ପହଁଚି ପାରିଛନ୍ତି ଏହି ସୁନ୍ଦରୀ ।

 

ତେବେ କେବଳ କ୍ୟାଟ୍ରିନା ନୁହଁନ୍ତି, ସୁପରଷ୍ଟାର୍ ସଲମାନ୍ ଖାନ୍, ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଡେଜି ଶାହ, ପ୍ରଭୁ ଦେବା, ଗୁରୁ ରାନ୍ଧୱା ଏବଂ ମନୀଷ ପଲ୍ ଆଦି ଷ୍ଟାର୍ ଏହି ଟୁର୍ ଜରିଆରେ ଦର୍ଶକଙ୍କୁ ଖୁବ ଏଂଟରଟେନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More