Only for Entertainment

ଆଲିୟାଙ୍କ ବିବାହକୁ ନେଇ କ୍ୟାଟରୀନାଙ୍କର ରହିଛି ଏହି ଆଶା !

livehindustan
43

ବଲିଉଡର ବାର୍ବି ଗର୍ଲ କ୍ୟାଟରୀନା କୈଫଙ୍କ ଇଚ୍ଛା ଯେ ଆଲିୟାଙ୍କ ବିବାହ ପ୍ରଥମେ ହେଉ । କ୍ୟାଟରୀନା କୈଫଙ୍କ ନାଁ ପ୍ରଥମରୁ ରଣବୀର କପୂରଙ୍କ ସହ ଯୋଡି ହୋଇଥିଲା । ମାତ୍ର ଏବେ ଆଲିୟା ଏବଂ ରଣବୀରଙ୍କ ସମ୍ପର୍କ ଚର୍ଚ୍ଚାର ବିଷୟ ପାଲଟିଛି । ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି । ଏହିକାରଣରୁ ଅନୁମାନ ଲଗାଯାଉଥିଲା ଯେ କ୍ୟାଟରୀନା ଏବଂ ଆଲିୟାଙ୍କ ସମ୍ପର୍କ ଆଉ ଆଗ ଭଳି ନାହିଁ । ମାତ୍ର ଏହିଭଳି ଜବାବ ରଖି କ୍ୟାଟ ଏବଂ ଆଲିୟା ଜଣାଇ ଦେଇଛନ୍ତି ଯେ ତାଙ୍କ ମଧ୍ୟରେ ଏବେ ବି ଆଗ ଭଳି ସମ୍ପର୍କ ରହିଛି ।

ଏବେ କ୍ୟାଟରୀନାଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣା ପଡିଛି କାର୍ହିକି କ୍ୟାଟରୀନା ଚାହାନ୍ତି କି ଆଲିୟାଙ୍କ ବିବାହ ତାଙ୍କ ପୂର୍ବରୁ ହେଉ ବୋଲି । ଭିଡିଓରେ କ୍ୟାଟ କହିଛନ୍ତି ଯେ , ସେ ପ୍ରଥମରୁ କହି ଆସୁଛନ୍ତି ଯେ ଆଲିୟା ପ୍ରଥମେ ବିବାହ କରିବେ ତାପରେ ସେ ନିଜ ବିଷୟରେ ଭାବିବେ , କାରଣ ସେ ନିଜକୁ ଏକ କେୟାରିଂ ସିଷ୍ଟର ବୋଲି ମାନନ୍ତି ।

 

View this post on Instagram

 

Kat is waiting for Alia to get married first?? . . . #instabolly #bo

A post shared by Bollywood Entertainment? (@lnstabolly) on

ଉଭୟଙ୍କ ପ୍ରଫେସନାଲ ଲାଇଫ ବିଷୟରେ କହିବାକୁ ଗଲେ, କ୍ୟାଟରୀନା ଏବେ ସଳମାନଙ୍କ ବିପକ୍ଷରେ ଭାର ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି ଏବଂ ଆଲିୟା ଏବଂ ରଣବୀର ଏକାସହ ବ୍ରହ୍ମାସ୍ତ୍ର ଏବଂ କଲଙ୍କ ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । ଏହାବ୍ୟତୀତ ସେ କରଣ ଜୋହରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ତଖ୍ତ’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More