Only for Entertainment

ଟ୍ୱିଟରରେ ଶାହରୁଖ କଲେ ଘୋଷଣା- ପୂରା ଦେଶରେ ହୋଇଯିବ ଚକ୍କା ଯାମ୍ !

60

ଶାହରୁଖ ଖାନଙ୍କ ଫିଲ୍ମ ଜିରୋ’ର ଟ୍ରେଲର ରିଲିଜ ହେବା ପରେ କିଙ୍ଗ ଖାନ ଏବଂ ଅନୁଷ୍କା ଶର୍ମାଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଛି । କିନ୍ତୁ ଫିଲ୍ମରେ କ୍ୟାଟରୀନା କୈଫଙ୍କ ଜଲୱା କିଛି କମ ନାହିଁ । ଏହାର ପ୍ରମାଣ ଆଜି ରିଲିଜ ହୋଇଥିବା ଟିଜରରେ ପରିଷ୍କାର ନଜର ଆସିଛି । ଶାହରୁଖ ଖାନ ଏହି ଫିଲ୍ମ ଟିଜର ରିଲିଜ କରିବା ପରେ କ୍ୟାଟଙ୍କ ଅନ୍ଦାଜକୁ ଖାସ ପରବେଷଣ କରାଯାଇଛି ।

ଟ୍ୱିଟରେ ଶାହରୁଖ ଲେଖିଛନ୍ତି ଯେ ପୂରା ଦେଶରେ ଚକ୍କା ଯାମ ହୋଇଯିବ, ଯେତେବେବେ ବବିତାଙ୍କ ଅନ୍ଦାଜର ଜଲୱା ନଜର ଆସିବ । ଆଗକୁ ଆସୁଛି ୧୨ଡିସେମ୍ବରରେ ଏହି ଫିଲ୍ମର ଶାନଦାର ଗୀତ ।

ଏହି ଗୀତରେ କ୍ୟାଟରୀନାଙ୍କ ଭୂମିକା ଖୁବ ଗ୍ଲାମରସ ଲୁକରେ ନଜର ଆସିବେ । ଛୋଟ ସ୍କଟ ପିନ୍ଧି କର୍ଲି ହେୟାରରେ କ୍ୟାଟ ଖୁବ ସୁନ୍ଦର ଦିଶୁଛନ୍ତି । ଏହି ଫିଲ୍ମରେ କ୍ୟାଟଙ୍କ ଡାନ୍ସକୁ ଖୁବ ପ୍ରଶଂସା କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More