ଗଣେଶଙ୍କର ଭୁଲ ଆଳତୀ କରିବାରୁ ସୋସିଆଲ ମିଡିଆରେ ଟ୍ରୋଲ ହେଲେ କ୍ୟାଟ , ଦେଖନ୍ତୁ !
ସୋସିଆଲ ମିଡିଆରେ ସାଧାରଣ ଲୋକଙ୍କୁ ନେଇ ସେଲିବ୍ରିଟି ସମସ୍ତଙ୍କୁ ଆକ୍ଟିଭ ରହିବା ଦେଖିବାକୁ ମିଳିଥାଏ । ଜଣା ନାହିଁ କେତେବେଳେ କଣ ଚର୍ଚ୍ଚାର ବିଷୟ ପାଲଟିଯିବ । ଗତକାଲି ଗଣେଶ ପୂଜା ସମୟରେ ଘଟିଛି ସେହିଭଳି କିଛି ଘଟଣା । ଅସଲରେ ଗତକାଲି କ୍ୟାଟରୀନା କୈଫ ଗଣେଶ ପୂଜା ପାଇଁ ନିଜ ବନ୍ଧୁ ଅର୍ପିତା ଖାନ ଶର୍ମାଙ୍କ ଘରକୁ ଯାଇଥିଲେ ଆଳତି ପାଇଁ । ଅର୍ପିତା କ୍ୟାଟରୀନା କୈଫଙ୍କର ଜୋରଦାର ସ୍ୱାଗତ କରିଥିଲେ ଏବଂ କ୍ୟାଟରୀନା ମଧ୍ୟ ରେଡ କଲର ଡ୍ରେସରେ ଗଜବ ଦିଶୁଥିଲେ ।
ବିଗତ ରାତିରେ ସମସ୍ତେ କ୍ୟାଟଙ୍କ ପ୍ରଶଂସା ମଧ୍ୟ କରିଥିଲେ । ମାତ୍ର ଆଜି ସକାଳେ ସେ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି । ଏବେ ଆପଣଙ୍କୁ ଏହା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ମାତ୍ର ପୂଜାରେ କିଛି ଏଭଳି ଘଟିଛି ଯାହାକୁ ନେଇ ଟ୍ରୋଲ ହୋଇଛନ୍ତି କ୍ୟାଟରୀନା । ତେବେ ଆମେ ଏଠାରେ କହି ରଖୁଛୁ ଯେ ସଲମାନଙ୍କ ଭିଣୋଇ ଅତୁଲ ଅଗ୍ନିହୋତ୍ରୀ ଗତ ରାତିରେ ନିଜ ଟ୍ୱିଟର ଅକାଉଂଟରେ ଏକ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ଖାନ ପରିବାର ସହ କ୍ୟାଟ ମଧ୍ୟ ଆଳତୀ କରିଥିଲେ । ଅତୁଲଙ୍କ ଏହି ଭିଡିଓ ପୋଷ୍ଟ କରିବା କାରଣ ହିଁ କ୍ୟାଟଙ୍କୁ ଟ୍ରୋଲ କରିବା ।
#GanapatiBappaMoraya @beingsalmankhan @arbaazkhanofficial @sohailkhanofficial @arpitakhansharma @aaysharma @alizehagnihotri @nirvankhan15 @iamarhaankhan @katrinakaif pic.twitter.com/bpLKshKD5w
— Atul Agnihotri (@atulreellife) September 13, 2018
ଅସଲରେ କ୍ୟାଟରୀନା ଏହି ଭିଡିଓରେ ବାମ ପଟୁ ଆଳତୀ କରୁଥିବାର ନଜର ଆସିଛନ୍ତି । ହିନ୍ଦୁ ରୀତିନୀତି ଅନୁସାରେ ଡାହାଣ ପଟୁ ଆଳତୀ ଆରମ୍ଭ କରାଯାଏ ମାତ୍ର କ୍ୟାଟରୀନା ଓଲଟା ହିଁ କରୁଛନ୍ତି । ଏହାକୁ ନେଇ ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।