Only for Entertainment

କ୍ୟାଟରୀନା କୈଫ ଶିଖିବା ଆରମ୍ଭ କଲେ ଗୀତ, ହାରମୋନିୟମକୁ ନେଇ କଲେ ପ୍ରାକ୍ଟିସ !

The Indian Express
33

ଶାହରୁଖ ଖାନଙ୍କ ଫିଲ୍ମ ଜିରୋ’ର ଆଜି ଟ୍ରେଲର ରିଲିଜ ହେବାର ଅଛି । ଏହି ଫିଲ୍ମରେ ଅନୁଷ୍କା ଶର୍ମା ଏବଂ କ୍ୟାଟରୀନା କୈଫ ମଧ୍ୟ ନଜର ଆସିବେ । କ୍ୟାଟରୀନା କୈଫ ଏହାବ୍ୟତୀତ ଭାରତ ଫିଲ୍ମରେ ମଧ୍ୟ ନଜର ଆସିବେ । କ୍ୟାଟରୀନା ଏହି ଫିଲ୍ମର ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଲେଣି ।

ନିକଟରେ କ୍ୟାଟରୀନାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଫଟୋରେ କ୍ୟାଟରୀନାଙ୍କୁ ହାରମୋନିୟମ ବଜାଇ ଗୀତ ଗାଇବା ଅଭ୍ୟାସ କରୁଥିବାର ନଜର ଆସିଛନ୍ତି । ଫଟୋ ଦେଖି ପରିଷ୍କାର ଜଣା ପଡୁଛି ଯେ କ୍ୟାଟରୀନା ଫିଲ୍ମରେ ଏକ ସିଙ୍ଗର ଭୂମିକାରେ ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ପାଇଁ ପ୍ରଥମେ ପ୍ରିୟଙ୍କା ଚୋପ୍ରାଙ୍କୁ ଆପ୍ରୋଚ କରାଯାଇଥିଲା ।

ଏହାବ୍ୟତୀତ ଏଠାରେ ଆମେ କହି ରଖୁଛୁ ଯେ ଅମିତାଭ ବଚ୍ଚନ, ଆମୀର ଖାନ ଏବଂ ଫାତିମା ସନା ଶେଖଙ୍କ ସହ ଠଗ୍ସ ଅଫ ହିନ୍ଦୋସ୍ତାନ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ବହୁମାତ୍ରାରେ ପ୍ରଶଂସା କରିଛନ୍ତି । ଫିଲ୍ମ ପୋଷ୍ଟରରେ କ୍ୟାଟରୀନାଙ୍କ ଜବରଦସ୍ତ ଲୁକ ମଧ୍ୟ ଦେଖିବାକୁ ମିଳିଛି ।

ମିଳିତ ଖବର ମୁତାବକ ଭାରତରେ ଏହି ଫିଲ୍ମ ୫୦୦୦ସ୍କ୍ରିନରେ ରିଲିଜ କରାଯିବ । ଫିଲ୍ମ ୟଶରାଜ ବ୍ୟାନରରେ ପ୍ରସ୍ତୁତ କରାଯାଇଛି । ୟଶରାଜ ବ୍ୟାନରର ଏହି ଫିଲ୍ମ ବଡ ବଜେଟରେ ପ୍ରସ୍ତୁତ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More