Only for Entertainment

ଆଭେଞ୍ଜର୍ସ ପ୍ରସ୍ତୁତିରେ ଦୁଇ ଅଭିନେତାଙ୍କ ସହ ଯୁଗଳବନ୍ଦୀ କଲେ ଏହି ଅଭିନେତ୍ରୀ, କିଛି କ୍ଷଣ ମଧ୍ୟରେ ଭିଡିଓ ହେଲା ଭାଇରାଲ !

amarujala
0 40

ବଲିଉଡ ଅଭିନେତ୍ରୀ କ୍ୟାଟରୀନା କୈଫ ନିଜର ଫିଟନେସ ଏବଂ ଜିମ ୱାର୍କଆଉଟ କାରଣରୁ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି । ସେ ନିଜର ୱାର୍କଆଉଟର ଭିଡିଓ ସବୁବେଳେ ସୋସିଆଲ ମିଡିଆରେ ସେୟାର ମଧ୍ୟ କରନ୍ତି । ଏହାମଧ୍ୟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବଲିଉଡର ଦୁି ଅଭିନେତାଙ୍କ ସହ ମିଶି ‘ଇଣ୍ଡିଆନ ଆଭେଞ୍ଜର୍ସ’ଙ୍କ ପାଇଁ ୱାର୍କଆଉଟ କରୁଥିବା ନଜର ଆସିଛନ୍ତି ।

କ୍ୟାଟଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବମାତ୍ରାରେ ଭାୟରାଲ ହେବାରେ ଲାଗିଛି । ଏହି ଭିଡିଓରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଆଦିତ୍ୟ ରୟ କପୁରଙ୍କ ସହ ମିଶି କ୍ୟାଟ ୱାର୍କଆଉଟ କରୁଛନ୍ତି । କ୍ୟାଟରୀନାଙ୍କ ଏହି ଭିଡିଓ ସିଦ୍ଧାର୍ଥ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଏହି ଭିଡିଓକୁ ତାଙ୍କ ପ୍ରଶଂସକ ମାନେ ଖୁବ ମାତ୍ରାରେ ପ୍ରଶଂସା ମଧ୍ୟ କରିଛନ୍ତି ।

Prepping for the Indian #Avengers ?@KatrinaKaif #AdityaRoyKapoor

A post shared by Sidharth Malhotra (@s1dofficial) on

ଏହି ଭିଡିଓକୁ ଦର୍ଶକମାଦେ ୧୨ଘଂଟା ମଧ୍ୟରେ ୪ଲକ୍ଷରୁ ବି ଅଧିକ ଥର ଦେଖା ଯାଇ ସାରିଲାଣି । ସିଦ୍ଧାର୍ଥ ମଲହୋତ୍ରା ଏହି ଭିଡିଓ ସେୟାର କରି ଲେଖିଛନ୍ତି ‘ଇଂଣ୍ଡିଆନ ଆଭେଞ୍ଜର୍ସ’ର ପ୍ରସ୍ତୁତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More