Only for Entertainment

ହରର ଫିଲ୍ମରେ କାମ କରିବାକୁ ନେଇ କ୍ୟାଟ କହିଲେ ଏହି କଥା !

45

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଯେଉଁ ଫିଲ୍ମ କରନ୍ତି ସବୁଥିରେ ତାଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳେ । କ୍ୟାଟ କିଛି ଦିନ ହେବ ସଲମାନ ଖାନଙ୍କ ଭାରତ ଫିଲ୍ମ ସୁଟରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ଅଲୀ ଅବାସ ଜଫର । ଏହାପୂର୍ବରୁ କ୍ୟାଟ ଜଫରଙ୍କ ନିର୍ଦ୍ଦେଶିତ ‘ମେରେ ବ୍ରଦର କି ଦୁଲହନ’ ଏବଂ ‘ଟାଇଗର ଜିନ୍ଦା ହେ’ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଏବେ ପୁଣିଥରେ କ୍ୟାଟ ଭିନ୍ନ ଫିଲ୍ମରେ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

ଅସଲରେ କ୍ୟାଟ ହରର ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି । କ୍ୟାଟଙ୍କୁ ଯେତେବେଳେ ପଚରା ଯାଇଥିଲେ ଆପଣଙ୍କ ଫିଲ୍ମ କ୍ୟାରିଅର ମଧ୍ୟରେ ଆଉ କେଉଁ ଫିଲ୍ମ କରିବା ପାଇଁ ଆପଣ ଚାହୁଁଛନ୍ତି । ତେବେ ଏହାର ଉତ୍ତରରେ କ୍ୟାଟ କହିଥିଲେ ସେ ସେ କେବେ ହରର ଫିଲ୍ମରେ ଅଭିନୟ କରିନାହାନ୍ତି , ତେଣୁ ଏବେ ହରର ଫିଲ୍ମ କରିବା ପାଇଁ ଖୁବ ଉଛୁକ ଅଛନ୍ତି ସେ । ଏହି ପ୍ରଶ୍ନରେ ଅଲୀ ଅବାସ କହିଥିଲେ ସେ କ୍ୟାଟଙ୍କ ପାଇଁ ଏକ ହରର ଫିଲ୍ମ ଲେଖିଛନ୍ତି । ଅସଲରେ ଅଲୀ ମଜାକିଆ ଅନ୍ଦାଜରେ କହିଥାଇ ପାରନ୍ତି ଏଭଳି , ଏପର୍ଯ୍ୟନ୍ତି ଏଭଳି କିଛି ପ୍ଲାନିଂ ସ୍ପଷ୍ଟ ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More