Only for Entertainment

ଭାରତରେ କ୍ୟାଟରୀନା କୈଫ ତୁଲାଇବେ ବୃଦ୍ଧା ମହିଳାଙ୍କ ଭୂମିକା, ଏଭଳି ବଦଳିବ ଲୁକ !

24

ବଲିଉଡ ଅଭିନେତ୍ରୀ କ୍ୟାଟରୀନା କୈଫ ଖୁବ ଶୀଘ୍ର ‘ଭାରତ’ ଫିଲ୍ମରେ ନଜର ଆସିବେ । ଏଥିରେ ସଲମାନ ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି । ମିଳିତ ସୂତ୍ରରୁ ପ୍ରକାଶ ଯେ ଫିଲ୍ମରେ କ୍ୟାଟରୀନା ମୁଖ୍ୟ ଭୂମିକା ତୁଲାଉଛନ୍ତି । ଫିଲ୍ମରେ କ୍ୟାଟରୀନାଙ୍କ ଏଭଳି ଲୁକ ଦେଖିବାକୁ ମିଳିବ, ଯାହା ଆଗରୁ କେବେ ଦେଖିବାକୁ ମିଳିନାହିଁ । ନିର୍ଦ୍ଦେଶକ ଅଲୀ ଅବାସ ଜଫରଙ୍କ ମୁତାବକ ସଲମାନଙ୍କ ଭଳି କ୍ୟାଟ ମଧ୍ୟ ବୃଦ୍ଧା ଗେଟଅପରେ ନଜର ଆସିବେ ।

ଅଲୀ ଅବାସ ଏକ ସାକ୍ଷାତକାରରେ କହିଥିଲେ ଯେ କ୍ୟାଟ ପ୍ରଥମ ଥର ବୃଦ୍ଧା ମହିଳା ଭୂମିକାରେ ନଜର ଆସିବେ । କ୍ୟାଟରୀନାଙ୍କ ଭୂମିକା ମଧ୍ୟ ସେହିଭଳି ଆଗକୁ ବଢିବ ଯେଉଁଭଳି ସଲମାନଙ୍କର । ଦୁହିଁଙ୍କ ମେକଅପ ଫାଇନାଲ କରିବା ପାଇଁ ବିଦେଶରୁ ମେକଅପ ଆର୍ଟିଷ୍ଟ ଆସିଥିଲେ , ଯେଉଁମାନେ ମେକଅପ ଫାଇନାଲ କରିଥିଲେ ।

ଅଲୀ ଅବାସ ଜଫର ସଲମାନ ଖାନଙ୍କ ବିଷୟରେ କହିଛନ୍ତି ଯେ ସେ ଜଣେ ଖୁବ ଭଲ ମଣିଷ । ଫିଲ୍ମରେ ତାଙ୍କ ଭୂମିକା ବିଷୟରେ କହିବାକୁ ଗଲେ ସଲମାନ ଏବଂ କ୍ୟାଟ ଖୁବ ଭଲ ଭାବେ ନିଜ ଭୂମିକା ତୁଲାଇଛନ୍ତି । ଫିଲ୍ମ ଇଦରେ ଅର୍ଥାତ ୫ଜୁନରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More