Only for Entertainment

ସଲମାନ ଖାନଙ୍କ ଘର ସାମ୍ନାରେ ଡ୍ୟାନ୍ସ କରିବେ କ୍ୟାଟ୍ରିନା ! ଜାଣନ୍ତୁ କାହିଁକି ?

DNA
35

କ୍ୟାଟ୍ରିନା ବଲିଉଡର ତିନି ଖାନଙ୍କ ସହ କାମ କରିଛନ୍ତି । ଶାହାରୁଖ- ଅମିର- ସଲମନଙ୍କ ସହ ତାଙ୍କର ଭଲ ବଣ୍ଡିଂ ରହିଛି । ଅନ୍ୟପଟେ କ୍ୟାଟ୍ରିନା ଏବଂ ଅମିର ଭଲ ବନ୍ଧୁ । ଦୁହେଁ ଧୁମ-୩ ଏବଂ ଠଗ୍ସ ଅଫ ହିନ୍ଦୋସ୍ତାନ କାମ କରିଛନ୍ତି । ନିକଟରେ ଏକ ଚାଟ ଶୋ ରେ ଅମିର ଖାନ କ୍ୟାଟ୍ରିନାଙ୍କୁ ନେଇ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି । ଅମିର ଖୁଲାସା କରିଛନ୍ତି ଯେ, ତାଙ୍କର ଏବଂ କ୍ୟାଟ୍ରିନାଙ୍କ ମଧ୍ୟରେ ସତରଞ୍ଜର ଏକ ଚ୍ୟାଲେଞ୍ଜ ବାକି ରହିଛି ।

ଯଦି କ୍ୟାଟ୍ରିନା ସତରଞ୍ଜର ଏହି ବାଜି ହାରିଯାଆନ୍ତି ତେବେ ତାଙ୍କୁ ବାନ୍ଦ୍ରାର ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ଠିଆ ହୋଇ ‘ଦିଲ ଚିଜ କ୍ୟା ହେ, ଆପ ମେରୀ ଜାନ ଲିଜିଏ’ ଗୀତ ଗାଇବାକୁ ପଡିବ । ଏହା ସମସ୍ତଙ୍କୁ ଜଣାଯାଏ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ସଲମନ ଖାନ ରୁହନ୍ତି । ତେବେ ଏହି ଚ୍ୟାଲେଞ୍ଜ ସମ୍ପର୍କରେ ଆଉ କିଛି ଅଧିକ ନକହି ଅମିର ସସପେନ୍ସ ଜାରି ରଖିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ସଲମନ ଏବଂ କ୍ୟାଟ୍ରିନା ରିଲେସନସିପରେ ଥିଲେ । ପରେ ସେମାନଙ୍କ ମଧ୍ୟରେ ବ୍ରେକଅପ ହୋଇଥିଲା । ଏହାସତ୍ୱେ ଏବେ ବି ସଲମନ ଓ କ୍ୟାଟ୍ରିନା ଭଲ ବନ୍ଧୁ ଅଛନ୍ତି । ଖୁବ ଶୀଘ୍ର ଏହି ଦୁହିଁଙ୍କ ଫିଲ୍ମ ଭାରତ ବଡ଼ ପରଦାକୁ ଆସିବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More