Only for Entertainment

ସଲମାନ ଖାନଙ୍କ ଭିଣୋଇ ସହିତ କ୍ୟାଟ୍ରିନା କୈଫଙ୍କ ଭଉଣୀ କରିବେ ବଲିଉଡ ଡେବ୍ୟୁ, ଘୋଷଣା ହେଲା ଫିଲ୍ମର ନାମ

latestly
141

ବଲିଉଡ ଅଭିନେତ୍ରା କ୍ୟାଟ୍ରିନା କୈଫଙ୍କ ଭଉଣୀ ଇସାବେଲ କୈଫ ନିଜର ବଲିଉଡ ଡେବ୍ୟୁ ପାଇଁ ପୂରା ପ୍ରସ୍ତୁତ । କିଛି ସମୟରୁ ଇସାବେଲ ନିଜର ଆକ୍ଟିଂ କ୍ୟାରିଅର ଆରମ୍ଭକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ଇସାବେଲଙ୍କ ବଲିଉଡ ଡେବ୍ୟୁକୁ ନେଇ ବରଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ କ୍ୟାଟ୍ରିନା କୈଫଙ୍କ ଭଉଣୀ ଇସାବେଲ ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ସହିତ ନିଜର ବଲିଉଡ ଡେବ୍ୟୁ କରିବେ ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଏହି ଖବରର ଅଫିସିଆଲ ଘୋଷଣା କରି ସୋସିଆଐଲ ମିଡିଆରେ ଲେଖିଥିଲେ, ‘ଇଟସ୍ ଅଫିସିଆଲ… ‘କ୍ୱାଥା’ରୁ ଆୟୁଷ ଶର୍ମାଙ୍କ ସହିତ କ୍ୟାଟ୍ରିନା କୈଫଙ୍କ ଭଉଣୀ ଇସାବେଲ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି ।’ ଏହା ସହିତ ତରଣ ଲେଖିଛନ୍ତି ଯେ, କରଣ ଲଳୀତ ବୁଟାନୀ ଏହାର ନିର୍ଦ୍ଦେଶନା ଦେବା ସହିତ ସୁନୀଲ ଜୈନ, ଓମପ୍ରକାଶ ଭଟ୍ଟ, ଆଦିତ୍ୟ ଜୋଶୀ, ଆଲୋକ ଠାକରୁ ଏବଂ ସୁଜୟ ଶଙ୍କରୱାର ଦ୍ୱାରା ନିର୍ମିତ ।

କହିରଖୁଛୁ ଯେ, ଫିଲ୍ମ ‘କ୍ୱାଥା’ ଏକ ମ୍ୟୁଜିକାଲ ଡ୍ରାମା ଫିଲ୍ମ । ଫିଲ୍ମରେ ଆୟୁଷ ଜଣେ ଆର୍ମୀ ଅଫିସର ଭୂମିକାରେ ନଜର ଆସିବେ । ଫିଲ୍ମର ସୁଟିଂ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହେବ । ଅରୁଣାଚଳ ପ୍ରଦେଶର ପୃଷ୍ଠଭୂମିରେ ଏହି ଫିଲ୍ମ ଆଧାରିତ ହେବ । ଆୟୁଷଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଲଭଯାତ୍ରୀରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ମାତ୍ର ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇପାରିଲା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More