Only for Entertainment

ପ୍ରିୟଙ୍କାଙ୍କୁ ରିପ୍ଲେସ୍ କଲେ କ୍ୟାଟ୍ରିନା !

deccan chronicle
0 62

ପ୍ରିୟଙ୍କାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ବ୍ୟାଡ ଖବର । ଆଗାମୀ ଫିଲ୍ମ ଭାରତରେ ଆଉ ନଜର ଆସିବେନି ଦେଶୀ ଗର୍ଲ । ଏହି ଅପକମିଂ ପ୍ରୋଜେକ୍ଟରୁ ତାଙ୍କୁ କରାଯାଇଛି ଆଉଟ । ଏହି ଖବରଟି ଅନେକ ଦିନ ଧରି ତାଙ୍କୁ ପରଦାରେ ଦେଖିବା ପାଇଁ ଅପେକ୍ଷା କରିଥିବା ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶଂସକମାନଙ୍କୁ କରିଛି ନିରାଶ । ସିନେମାରେ ସଲମାନଙ୍କ ନାୟିକା ହୋଇଥାନ୍ତେ ପ୍ରିୟଙ୍କା । ହେଲେ ଏବେ ତାଙ୍କୁ ରିପ୍ଲେସ କରିଛନ୍ତି ବଲିଉଡ ଚିକନୀ ଚମେଲି କ୍ୟାଟ୍ରିନା କୈଫ ।

ବଲିଉଡ ପିଗିଚପ୍ସ ପ୍ରିୟଙ୍କାଙ୍କୁ ଲାଗିଛି ବଡ ଝଟକା । ଦବଙ୍ଗ ଖାନ୍ ସଲମାନ୍ଙ୍କ ନାୟିକା ଭାବେ ଅନେକ ଦିନ ପରେ ପରଦାକୁ ଫେରିଥାନ୍ତେ ପ୍ରିୟଙ୍କା । ନିର୍ଦ୍ଦେଶକ ଅଲ୍ଲି ଅବାସ୍ ଜାଫର୍ଙ୍କ ଅପକମିଂ ଫିଲ୍ମ ଭାରତରେ ନାୟିକା ହେବା ପାଇଁ ପ୍ରିୟଙ୍କାଙ୍କୁ ଆପ୍ରୋଚ କରାଯାଇଥିବା ଖବର ବେଶ ଚହଳ ସୃଷ୍ଟି କରିଥିଲା । ଆଉ ଏଥିପାଇଁ ପ୍ରିୟଙ୍କା ଭାରତ ମଧ୍ୟ ଆସିଥିଲେ । ୫ ଦିନର ରହଣୀ ପରେ ପ୍ରିୟଙ୍କା ଫେରିଗଲେ ଆମେରିକା । ହେଲେ ଭାରତ ସିନେମାକୁ ନେଇ ହେଲାଣି କୌଣସି ଘୋଷଣା । ସଲମାନ ଓ ପ୍ରିୟଙ୍କାଙ୍କ ଯୋଡି ଅନେକ ଦିନ ପରେ ଫେରିବ ବୋଲି ଯାହା ଅନୁମାନ କରାଯାଉଥିଲା । ତାହା ଏବେ ଆଉ ସତ ହେବନି । ଶୁଣିବାକୁ ମିଳିଛି ପ୍ରିୟଙ୍କାଙ୍କୁ ଏହି ଅପକମିଂ ପ୍ରୋଜେକ୍ଟରୁ ଆଉଟ୍ କରାଯାଇଛି ।

635409-salmanpriyanka

ଏବେ ବଲିଉଡ୍ ଅପେକ୍ଷା ନିଜ ହଲିଉଡ୍ ପ୍ରୋଜେକ୍ଟ ପାଇଁ ବେଶ ସିରିୟସ୍ । ହଲିଉଡ୍ ସିରିଜ୍ କ୍ୱାଂଟିକୋ ସମେତ ଅନ୍ୟ ପ୍ରୋଜେକ୍ଟକୁ ନେଇ ପ୍ରିୟଙ୍କା ରହୁଛନ୍ତି ବ୍ୟସ୍ତ । ଯାହା ପାଇଁ ସେ ବଲିଉଡ ସିନେମା ସାଇନ କରୁ ନାହାଁନ୍ତି । ଅନ୍ୟପଟେ ଭଲ ପ୍ରୋଜେକ୍ଟ ମିଳିଲେ ସେ ଅଭିନୟ କରିବେ ବୋଲି ମଧ୍ୟ ଅନେକ ଥର ମତ ରଖିଛନ୍ତି ।

ଭାରତରେ ସଲ୍ଲୁ ମିଆଁଙ୍କ ନାୟିକା ହେବା ପାଇଁ ପ୍ରିୟଙ୍କା ପ୍ରସ୍ତୁତ ହୋଇଥିଲେ ସତ, ମେକର କିନ୍ତୁ ତାଙ୍କୁ ପ୍ରୋଜେକ୍ଟରୁ କରିଛନ୍ତି ଆଉଟ୍ । ଆଉ ତାଙ୍କ ସ୍ଥାନ ନେବେ ବଲିଉଡ୍ର ଚିକନି ଚମେଲି । ନିର୍ଦ୍ଦେଶକ ଅଲ୍ଲି ଅବାସ ନିଜ ଫିଲ୍ମ ଟାଇଗର୍ ଜିନ୍ଦା ହୈ ର ଯୋଡିକୁ ପୁଣିଥରେ ରିପିଟ କରିବେ ବୋଲି ଦେଇଛନ୍ତି ହିଂଟ । ସଲମାନଙ୍କ ଫେବରେଟ ନାୟିକା କ୍ୟାଟ୍ରିନା ହିଁ ହେବେ ଭାରତରେ ତାଙ୍କ ହିରୋଇନ । ଏମିତି କିଛି ଖବର ଏବେ ବେଶ ଚର୍ଚ୍ଚା ସାଉଁଟିଛି । ଏବେ ଦେଖିବାକୁ ବାକି ରହିଲା ଏହି ଖବରଟି ସତ ହେଉଛିକି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More