Only for Entertainment

‘କୌନ ବନେଗା କରୋଡ଼ପତି’ର ପ୍ରଥମ ପ୍ରମୋ ଭିଡ଼ିଓ ରିଲିଜ ।

india today
0 39

ଟିଭିର ସବୁଠାରୁ ପ୍ରିୟ ରିଆଲିଟି ଶୋ ‘କୌନ ବନେଗା କରୋଡ଼ପତି’ର ୧୦ମ ସିଜନ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ପୁଣିଥରେ ଅମିତାଭ ବଚ୍ଚନ କମ୍ପ୍ୟୁଟରକୁ ପ୍ରଶ୍ନ ପଚାରିବା ଏବଂ ଉ୍ତ୍ତର ପାଇବାର ଖେଳ ଆରମ୍ଭ କରିବେ । ଶୋ’ର ପ୍ରଥମ ପ୍ରମୋ ରିଲିଜ ହୋଇସାରିଛି । ଏହି ଭିଡ଼ିଓରେ ଦେଖାଯାଇଛିଯେ ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ପୁଅର ଉତ୍ତମ ଶିକ୍ଷା ପାଇଁ କ’ଣ କ’ଣ ତ୍ୟାଗ କରିଛନ୍ତି । ଏହାପରେ ଯେତେବେଳେ ଟଙ୍କାର ଅଭାବ ପଡ଼ିଛି ସେ କୌନ ବନେଗା କରୋଡ଼ପତିକୁ ଯାଇଛନ୍ତି ।

ଶୋ’ରେ ଭାଗ ନେବାକୁ ପ୍ରତିଯୋଗୀଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଅନଲାଇନରେ ଆପ ସାଇଜରେ ରେଜିଷ୍ଟ୍ରେସନ ପରେ ଟିଭିରେ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ଉତ୍ତର ଦେବା ପରେ କେବିସି କିଛି ଲୋକଙ୍କୁ ସର୍ଟଲିଷ୍ଟ କରିବେ । ଏହାପରେ ଅଡିସନ ପାଇଁ ଡକାଯିବ ।

ଶୋ’ର ପୂର୍ବ ସିଜନ ଖୁବ ସାନଦାର ଥିଲା । ଏହି ଶୋ ଯେତେବେଳେ ମଧ୍ୟ ଆରମ୍ଭ ହୁଏ ଟିଆରପି କ୍ଷେତ୍ରରେ ଏହା ସମସ୍ତ ସିରିଅଲକୁ ପଛରେ ପକାଇ ଦିଏ । ଅମିତାଭ ବଚ୍ଚନ ନିର୍ମାତାଙ୍କୁ ସିଜନ ଛୋଯ କରିବା ପାଇଁ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More