Only for Entertainment

କେଶରୀ ଫିଲ୍ମର ଆଉ ଏକ ଗୀତ ‘ଆଜ ସିଂ ଗରଜେଗା’ର ଟିଜର ଆଉଟ !

32

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ଆଉ ଏକ ଗୀତ ‘ଆଜ ସିଂ ଗରଜେଗା’ ଆସନ୍ତା କାଲି ୫ମାର୍ଚ୍ଚକୁ ରିଲିଜ କରାଯିବ । ଏହା ନିଜେ ଅକ୍ଷୟ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଏକ ଭିଡିଓ ଶେୟାର କରି ଜଣାଇଛନ୍ତି । ଏହି ଭିଡିଓରେ ଅକ୍ଷୟ କୁମାର ଗୀତ ଗାଉଥିବାର ନଜର ଆସିଛନ୍ତି ।

ଫିଲ୍ମର କାହାଣୀ ୧୮୫୭ରେ ହୋଇଥିବା ସାରାଗଢି ଯୁଦ୍ଧକୁ ନେଇ ପ୍ରସ୍ତୁତ କରାଯାଇଛି । ଫିଲ୍ମରେ ଅକ୍ଷୟଙ୍କ ଭୁମିକା ନାଁ ରହିଛି ହବଲଦାର ସିଂ । ଫିଲ୍ମରେ ସେ ଇଣ୍ଡୋ-ବ୍ରିଟିଶ ଯବାନ ନେତୃତ୍ୱରେ ନଜର ଆସିବେ । ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ପରିଣିତ ଚୋପ୍ରା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଅକ୍ଷୟ କିଛି ଦିନ ହେବ ‘ଗୁଡ ନ୍ୟୁଜ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହ କରୀନା କପୁର ଖାନ , ଦିଲଜିତ ଦୋସାଂଝ ଏବଂ କିୟାରା ଆଡଭାଣୀ ମଧ୍ୟ ନଜର ଆସିବେ । ଏହାସହ ଅକ୍ଷୟଙ୍କ କମେଡି ଫିଲ୍ମ ହାଉସଫୁଲ୪ ମଧ୍ୟ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More