Only for Entertainment

ଏହି କାରଣରୁ ଉତ୍ତରାଖଣ୍ଡରେ ବ୍ୟାନ ହେଲା ଫିଲ୍ମ କେଦାରନାଥ ।

aajtak
26

ସାରା ଅଲି ଖାନଙ୍କ ଡେବ୍ୟୁ ଫିଲ୍ମ ଏବଂ ସୁଶାନ୍ତ ସିଂଙ୍କ ଅଭିନୀତ କେଦାରନାଥ ଆଜି ସାରା ଦେଶରେ ରିଲିଜ ହୋଇଥିବା ବେଳେ କୁ ଉତ୍ତରାଖଣ୍ଡରେ ଏହି ଫିଲ୍ମକୁ ବ୍ୟାନ କରାଯାଇଛି । ଫିଲ୍ମ କେଦାରନାଥ ଉପରେ ଭଗବାନଙ୍କୁ ଅପମାନ ଏବଂ ହିନ୍ଦୁ ମାନଙ୍କ ଭାବନାକୁ କଷ୍ଟ ପହଂଚାଇଥିବାର ଆରୋପ ଲାଗିଛି ।କେଦାରନାଥ ମନ୍ଦିରର ପୂଜାରୀ ମଧ୍ୟ ଫିଲ୍ମକୁ ବିରୋଧ କରିଛନ୍ତି । କିନ୍ତୁ ଗୁରୁବାରକୁ ଉତ୍ତରାଖଣ୍ଡ ହାଇକୋର୍ଟ ଫିଲ୍ମ ବ୍ୟାନକୁ ମନା କରିଥିଲେ ।

ଉତ୍ତରାଖଣ୍ଡ ସରକାର ରାଜ୍ୟରେ କାନୁନ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ଫିଲ୍ମକୁ ବ୍ୟାନ କରି ଦେଇଛନ୍ତି ।ବିଜେପି ଫିଲ୍ମର ଟ୍ୟାଗଲାଇନ ଏବଂ ଟାଇଟଲକୁ ମଧ୍ୟ ବିରୋଧ କରିଛନ୍ତି ।

ଖବର ଅନୁସାରେ ଫିଲ୍ମକୁ ପ୍ରଥମେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ସରକାରଙ୍କ ତରଫରୁ ପାସ କରି ଦିଆଯାଇଥିଲା । କିନ୍ତୁ ସ୍ଥାନୀୟ ଦଳ ଫିଲ୍ମ ଉପରେ ବ୍ୟାନ ଲଗାଇବା ପାଇଁ ଦାବି କଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More