Only for Entertainment

ରିଲିଜ ପୂର୍ବରୁ ବିବାଦ ଘେରରେ ଫିଲ୍ମ ‘କେଦାରନାଥ’, ବମ୍ବେ ହାଇକୋର୍ଟରେ ଆବେଦନ ଦାଖଲ ।

India Today
30

ଫିଲ୍ମ କେଦାରନାଥ ରିଲିଜ୍‍ ପୂର୍ବରୁ ଆସିଯାଇଛି ବିବାଦ । ଏହି ଫିଲ୍ମ ବିରୋଧରେ ବମ୍ବେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା ବେଳେ ଗୁରୁବାର ଏହା ଉପରେ ଶୁଣାଣି ହେବ । ଆବେଦନକର୍ତ୍ତା ଦାବି କରିଛନ୍ତି ଯେ, ସେନ୍ସର୍‍ ବୋର୍ଡ଼ ପୁଣି ଥରେ ଏହି ଫୁଲ୍‍ ଫିଲ୍ମର ପ୍ରମାଣପତ୍ରକୁ ସମୀକ୍ଷା କରିବା ଦରକାର । କାରଣ ଧାର୍ମିକ ସ୍ଥଳରେ ପ୍ରେମ କାହାଣୀର ଦୃଶ୍ୟ ଉପସ୍ଥାପନା କରିବା ଧାର୍ମିକ ଭାବନାକୁ ପ୍ରଭାବିତ କରିପାରେ ।

kedarnath1

ଆଡ୍‍ଭୋକେଟ୍‍ ରମେଶଚନ୍ଦ୍ର ମିଶ୍ରା ଏହି ମାମଲା ଦାଏର କରିଛନ୍ତି । ଅଭିଶେକ କାପୁର୍‍ଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ସୁଶାନ୍ତ ସିଂହ ରାଜପୁତ ଏବଂ ସାରାଅଲ୍ଲୀ ଖାନ୍‍ । ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ଏହି ଫିଲ୍ମରେ ନିଜର ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମ ୭ ଡିସେମ୍ବରରେ ରିଲିଜ ହେବାକୁ ଥିବା ବେଳେ ଏବେ ସମସ୍ତଙ୍କ ନଜର ହାଇକୋର୍ଟଙ୍କ ଶୁଣାଣି ଉପରେ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More