Only for Entertainment

ବୟଫ୍ରେଣ୍ଡକୁ ଘରଲୋକଙ୍କ ସହ ଦେଖା କରାଇବା ପୂର୍ବରୁ ଏହି ସମସ୍ତ ବିଷୟ ଉପରେ ଧ୍ୟାନ ରଖନ୍ତୁ ।

understood.org
0 52

ଆଜିକାଲି ବିବାହ ପୂର୍ବରୁ ଅନେକ ପୁଅ-ଝିଅ ପ୍ରେମ ସମ୍ପର୍କରେ ବାନ୍ଧି ହୋଇ ରହିବାକୁ ପସନ୍ଦ କରୁଛନ୍ତି । ଅନେକାଂଶ କଲେଜ ଏବଂ ଅଫିସରେ ଏକା ସହ କାର୍ଯ୍ୟରତ ଥିବା ଦ୍ୱାରା ଯୁବାପିଢି ପରସ୍ପର ସହ ସଂସ୍ପର୍ଶରେ ଆସି ଆକର୍ଷିତ ହୋଇ ଦୁହେଁ ଦୁହିଁଙ୍କୁ ଡେଟ କରିଥାଆନ୍ତି । ଏହି ସମ୍ପର୍କ ବେଶୀ ଦିନ ରହିବା ଦ୍ୱାରା ଝିଅମାନେ ନିଜ ବୟଫ୍ରେଣ୍ଡକୁ ଘର ଲୋକଙ୍କ ସହ ସାକ୍ଷାତ କରାଇବା ଲାଗି ଚାହିଁଥାଆନ୍ତି । ତେଣୁ ଘର ଲୋକଙ୍କ ସହ ସାକ୍ଷାତ କରାଇବା ପୂର୍ବରୁ ଏହି ସମସ୍ତ ତଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯାହାଫଳରେ ଘର ଲୋକ ମଧ୍ୟ ଆପଣଙ୍କ ସାଥୀକୁ ପସନ୍ଦ କରିବେ । ଅରସନ୍ତୁ ଜାଣିବା ଏହା ସମ୍ବନ୍ଧିତ କିଛି ସରଳ ଉପାୟ ।

୧. ନିଜ ବୟଫେଣ୍ଡ ଯେବେ ବି ଆପଣ ଘର ଲୋକଙ୍କ ସହ ଦେଖା କରାଇବେ ତେବେ ଘରେ ଆପଣଙ୍କ ବୟଫ୍ରେଣ୍ଡକୁ ଭଲ ବନ୍ଧୁ ବୋଲି ପରିଚୟ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ବୟଫ୍ରେଣ୍ଡ ଘର ଲୋକଙ୍କ ସହ ଭଲଭାବେ ମିଳିମିଶି ପାରିବେ ।

୨. ଆପଣଙ୍କ ଘରଲୋକଙ୍କ ସହ ବାରମ୍ବାର ବୟଫ୍ରେଣ୍ଡ ସମ୍ବନ୍ଧରେ କୁହନ୍ତୁ ଏବଂ ତାଙ୍କର ପ୍ରଶଂସା କରନ୍ତୁ । ଏହା କରିବା ଦ୍ୱାରା ଘର ଲୋକ ହୁଏତ ଆପଣଙ୍କ କଥା ଶୈଳୀକୁ ବୁଝି ପାରିବେ ।

୩. ଘରଲୋକଙ୍କୁ ଯଦି କେବେ ଆପଣଙ୍କ ବୟଫ୍ରେଣ୍ଡ ସମ୍ପର୍କରେ ଜଣା ପଡିଯାଏ ତେବେ ତାଙ୍କ ବିଷୟରେ ଭଲ ଭଲ କଥା କୁହନ୍ତୁ ।

୪. ଏହା ମଧ୍ୟରେ ନିଜ ଘରଲୋକଙ୍କୁ ଆପଣଙ୍କ ପ୍ରେମୀର ଜାତି ଏବଂ ଘରଲୋକଙ୍କ ସମ୍ପର୍କରେ ସମସ୍ତ ସଠିକ ତଥ୍ୟ ଦିଅନ୍ତୁ ଯାହାଦ୍ୱାରା ଆଗକୁ ଯାଇ ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡେ ।

୫. ଯଦି ଆପଣଙ୍କ ଘର ଲୋକ ଲବ ମ୍ୟାରେଜକୁ ପସନ୍ଦ କରୁ ନାହାନ୍ତି ତେବେ ତାଙ୍କୁ ଲବ ମ୍ୟାରେଜ ସଫଳ ହୋଇଥିବା ବ୍ୟକ୍ତିଙ୍କର ଉଦାହରଣ ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More