Only for Entertainment

ଏଭଳି ବ୍ୟକ୍ତିତ୍ୱ ଠାରୁ ଦୂରେଇ ରହିବା ଭଲ !

huffingtonpost.com
0 64

ଆମ ଆଖପାଖ ପରିବେଶରେ ଭିନ୍ନ ବିଚାର ଧାରାର ଲୋକ ବସବାସ କରନ୍ତି । ବିଚାର ଭିନ୍ନ ହେବା ଖରାପ କଥା ନୁହେଁ, କିନ୍ତୁ ଏପରି କିଛି ଖରାପ କର୍ମ କରୁଥିବା ଲୋକ ଅଛନ୍ତି ଯାହାଙ୍କ ସହ ସମ୍ପର୍କ ରଖିବା ମୂର୍ଖାମି। ଏପରି ସ୍ଥଳେ ଏମାନଙ୍କଠାରୁ ଦୂରେଇ ରହିବା ଉଚିତ। ତେବେ ଆସନ୍ତୁ ଜାଣିବା କେଉଁ ଲୋକଙ୍କ ସହ ସମ୍ପର୍କ ରଖିବା ଉଚିତ ନୁହେଁ।

• ଯେଉଁ ଲୋକ ଘରକୁ ଅପରିଷ୍କାର ରଖନ୍ତି ସେମାନଙ୍କଠାରୁ ଦୂରେଇ ରୁହନ୍ତୁ। ଅପରିଷ୍କାର ଘର ନୀଚଭାବନାକୁ ସୂଚାଇଥାଏ। ଏପରି ଲୋକଙ୍କ ସହ ସମ୍ପର୍କ ରଖିବା ଦ୍ୱାରା ଜୀବନ ଅବ୍ୟବସ୍ଥିତ ହୋଇପାରେ।

• ଯେଉଁ ଲୋକ କଥା କଥାରେ ନିଜ ସତ୍ତା ହରାଇ ଦିଅନ୍ତି ସେମାନଙ୍କ ପାଖରୁ ନିଜକୁ ଦୂରେଇ ରଖିବା ଭଲ। ଏମାନଙ୍କ ମନରେ ନକାରାତ୍ମକ ଭାବନା ଭରି ହୋଇ ରହିଥାଏ। ମନେରଖନ୍ତୁ, ଏପରି ଲୋକଙ୍କ ବ୍ୟବହାର ଆପଣଙ୍କୁ ଅସୁବିଧାରେ ପକାଇପାରେ।

• ଓସ୍ତଗଛରେ ଭଗବାନ ନିବାସ କରନ୍ତି ବୋଲି ବିଶ୍ୱାସ ରହିଛି। ଅକାରଣରେ ଏହି ଗଛ କାଟୁଥିବା ଲୋକଙ୍କ ପାଖରୁ ଦୂରେଇ ରୁହନ୍ତୁ।

• ଅନ୍ୟର ଚୁଗୁଲି କରୁଥିବା ଲୋକ ଭରସା ଯୋଗ୍ୟ ନୁହନ୍ତି। ଏମାନେ ମାନସିକ ସ୍ତର ଅତି ନିମ୍ନମାନର। ଏଣୁ ଜୀବନରେ ଉନ୍ନତି କରିବାକୁ ଚାହୁଁଥିଲେ ଚୁଗୁଲି କରୁଥିବା ଲୋକଙ୍କ ପାଖରୁ ଦୂରେଇ ରୁହନ୍ତୁ।

• ଧର୍ମଗୁରୁ ଦଲାଇଲାମା ଅଧିକାଂଶ ସମୟ ନିଜ ପ୍ରବଚନରେ ଧର୍ମକୁ ନିନ୍ଦା କରୁଥିବା ବ୍ୟକ୍ତିଠାରୁ ଦୂରେଇ ରହିବାକୁ କହିଛନ୍ତି। ଚର୍ଚ୍ଚା, ସମୀକ୍ଷା ଓ ନିନ୍ଦା ମଧ୍ୟରେ ଅନେକ ଫରକ ରହିଛି। ଯଦି ଧର୍ମ ସମ୍ୱନ୍ଧୀୟ କୌଣସି କଥା ଆପଣଙ୍କୁ ପସନ୍ଦ ଆସୁନାହିଁ, ତେବେ ସେହି କଥା ଉପରେ କୌଣସି ଟିପ୍ପଣୀ ଦେବା ପୂର୍ବରୁ କଥାର ଗଭୀରତା ଜାଣିବାକୁ ପ୍ରୟାସ କରନ୍ତୁ। ହେଲେ ଅକାରଣରେ ଏହାକୁ ନିନ୍ଦା କରିବାରୁ ବିରତ ରୁହନ୍ତୁ। ଆଉ ଏପରି କରୁଥିବା ବ୍ୟକ୍ତିଙ୍କ ପାଖରୁ ଦୂରେଇ ରହିବା ମଧ୍ୟ ଉଚିତ। କାରଣ ଏମାନଙ୍କ ସହ ରହିଲେ ଆପଣଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More