Only for Entertainment

ଘରକୁ ସୁଖ ଆଣିବା ପାଇଁ ଠାକୁର ଘରେ ରଖନ୍ତୁ ଏହି ଜିନିଷ ।

youtube
48

ବାସ୍ତୁ ଶାସ୍ତ୍ର ଅନୁସାରେ ବେଳେ ବେଳ ଘରେ ବିଭିନ୍ନ ସମସ୍ୟା ଦେଖାଦିଏ ବୋଲି ବିଶ୍ୱାସ ରହିଛି । ତେଣୁ ଅଧିକାଂଶ ଲୋକ ଏହାର ପ୍ରତିକାର ପାଇଁ ବିଭିନ୍ନ ବାସ୍ତୁ ଟିପ୍ସର ପ୍ରୟୋଗ କରନ୍ତି । ତେବେ ସେହିଭଳି କିଛି ବାସ୍ତୁ କଥା ରହିଛି ଆପଣଙ୍କ ଠାକୁର ଘରକୁ ନେଇ । ଯଦି ଆପଣ ମଧ୍ୟ ବାସ୍ତୁ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି ତେବେ ଏଥିପ୍ରତି ଧ୍ୟାନ ଦିଅନ୍ତୁ ।

ପଞ୍ଚାମୃତ: ପଞ୍ଚାମୃତ ହେଉଛି ସର୍ବ କଳୁଷ ନାଶକ। କ୍ଷୀର, ଦହି, ମହୁ, ଘିଅ ଓ ଗୁଡ଼ରେ ପ୍ରସ୍ତୁତ ହୁଏ ପଞ୍ଚାମୃତ। ପଞ୍ଚାମୃତ ପ୍ରସ୍ତୁତ କରି ପ୍ରତିଦିନ ଠାକୁରଙ୍କୁ ଅର୍ପଣ କରନ୍ତୁ, ଦେଖିବେ ଭାଗ୍ୟ ବଦଳିଯିବ।

ଧଳାଫୁଲ: ଫୁଲ ହେଉଛି ସମର୍ପଣର ପ୍ରତୀକ। ଶୁକ୍ଳ ବା ଧଳା ଫୁଲ ହେଉଛି, ସୌଭାଗ୍ୟ ଓ ସମୃଦ୍ଧିର ପ୍ରତୀକ। ଏଣୁ ଏହାକୁ ଠାକୁର ପୂଜାରେ ନିଶ୍ଚୟ ବ୍ୟବହାର କରନ୍ତୁ।

ଚନ୍ଦନ କାଠ ଓ ପେଡା: ଚନ୍ଦନ ହେଉଛି ସବୁ ଦେବତାଙ୍କର ଅତି ପ୍ରିୟ। ଏହାର ସୁଗନ୍ଧ ସମସ୍ତ ଅଶୁଦ୍ଧତା ନାଶ କରିଥାଏ। ଏଣୁ ଆପଣଙ୍କ ଘରେ ଲକ୍ଷ୍ମୀ ଦେବୀ ବାସ କରିଥା’ନ୍ତି।

ଅକ୍ଷତ: ଅକ୍ଷତ ବା ଅରୁଆ ଚାଉଳ ହେଉଛି ସମ୍ପୂର୍ଣ୍ଣତାର ପ୍ରତୀକ। ଏହାକୁ ଘରେ ରଖିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ମିଠା: ପ୍ରସାଦ ଭିତରେ ମିଷ୍ଠାନ୍ନ ଠାକୁରଙ୍କର ଅତି ପ୍ରିୟ। ତେଣୁ ଏହାକୁ ଘରେ ରଖିଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି ବୋଲି କୁହାଯାଏ।

ବିଶ୍ୱାସ ରହିଛିଯେ ଏହି ମସସ୍ତ ସାମଗ୍ରୀ ଠାକୁର ଘରେ ରଖିବା ଦ୍ୱାରା ଘରକୁ ସୁଖ ଶାନ୍ତି ଆସିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More