Only for Entertainment

ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ଚାହୁଁଛନ୍ତି ତ ? ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

Kampala Today
0 73

ବୋର୍ଡ ପରୀକ୍ଷା ଆରମ୍ଭ ହେବା ପାଇଁ ଆଉ ମାତ୍ର ଅଳ୍ପ କିଛିଦିନ ବାକି ରହିଛି । ଏପରି ସ୍ଥିତିରେ ବିଦ୍ୟାର୍ଥୀ ପରିଶ୍ରମ ତ କରୁଛନ୍ତି ତା ସହିତ ସେମାନଙ୍କ ମନରେ ଡର ମଧ୍ୟ ରହିଛି । କିଛି ଭାବୁକ ଛାତ୍ର ପଢା ପାଇଁ ଚିନ୍ତାରେ ମଧ୍ୟ ପଡିଯାନ୍ତି । ଏହା ଫଳରେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପଡେ । ଏହି ବିଷୟରେ ଜ୍ୟୋତିଷ ବିଦ୍ୱାନଙ୍କ କହିବା ଅନୁସାରେ ଯେତେବେଳେ ରାହୁ କର୍କଟ ଏବଂ ଶନି ଧନୁରେ ମନ୍ଦଭାଗ୍ୟ ରେ ଚାଲିଥାଏ ସେତେବେଳେ ଚନ୍ଦ୍ର ଅଶୁଭ ଫଳ ଦେଇଥାଏ ଫଳରେ ଛାତ୍ରଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ବୈଜ୍ଞାନିକ ଦୃଷ୍ଟିକୋଣରେ ଦେଖିବାକୁଗଲେ ପରୀକ୍ଷା ଯେତେ ପାଖେଇ ଆସିଥାଏ ଷ୍ଟ୍ରେସ ହରମୋନ ସେତେମାତ୍ରାରେ ବଢିଥାଏ । ଯାହା ଫଳରେ ବିଦ୍ୟାର୍ଥୀଙ୍କୁ ନିଦ ହେଇନଥାଏ ଏବଂ ସେମାନେ ଚିନ୍ତାଗ୍ରସ୍ତ ହେଇଯାଆନ୍ତି । ଛାତ୍ରମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଅତି  କମରେ ୭ ଘଣ୍ଟା ଶୋଇବା ଏବଂ ୮ ଘଣ୍ଟା ପଢିବା ଆବଶ୍ୟକ । ଚିନ୍ତାଗ୍ରସ୍ତ କାରଣରୁ ଏହା ହେଇପାରେନାହିଁ । ଯାହାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ ଏବଂ ସସ୍ତିଷ୍କର ହରମୋନ ସନ୍ତୁଳିତ ରୁହେନାହିଁ । କେଲେଷ୍ଟ୍ରଲ ଏବଂ ଥାଇରଏଡ ବଢିବାକୁ  ଲାଗିଥାଏ । ଯଦି ଶରାର ସ୍ୁସ୍ଥ  ରହିବ ତେବେ ମନ ସୁସ୍ଥ  ରହିବ । ତେଣୁ ଭଲଭାବେ ଶୋଇବା ସହିତ ବ୍ୟାୟାମ ମଧ୍ୟ କରିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଏଥିପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ…

–    ଶନିବାର ଦିନ ଶନି ଏବଂ ରାହୁଙ୍କର ପୂଜା କରନ୍ତୁ ଏହା କରିବା ଫଳରେ ଶନି ଏବଂ ରାହୁର ଶୁଭ ଦୃଷ୍ଟି ପଡିଥାଏ ।

–    ପଢାରେ ମନ ଲାଗିବା ପାଇଁ କିଛି ସମୟ ଅନ୍ତରରେ ପାଣି ପିଅନ୍ତୁ ଏହା  ଫଳରେ ଚନ୍ଦ୍ରମା ମଜବୁତ ହୋଇଥାଏ ।

–    ପଢୁଥିବା ସ୍ଥାନକୁ ସଫା ରଖନ୍ତୁ । ବହି ଖାତା ସଜାଇ ରଖନ୍ତୁ  ଏହା ଫଳରେ ସକରାତ୍ମକ ପ୍ରଭାବ ପଡିଥାଏ ଏବଂ ଏକାଗ୍ରତା  ବୃଦ୍ଧି ହୋଇଥାଏ ।

–    ପଢା ଟେକୁଲ ପାଖରେ ମୟୁର ପୁଛ ଲଗାଇ ରଖନ୍ତୁ । ଏହା ଫଳରେ ଧ୍ୟାନ ବୃଦ୍ଧି ହୋଇଥାଏ । ଯେଉଁ  ବିଷୟରେ ଆପଣ ଦୁର୍ବଳ ଗୁରୁବାର ଦିନ ସେହି ବହିରେ୍ ମୟୁର ପୁଚ୍ଛ ରଖନ୍ତୁ ।

–    ଅଧିକ ରାତି ପର୍ଯ୍ୟନ୍ତ ପଢିବା ବଦଳରେ ବ୍ରାହ୍ମ ମୁହୂର୍ତ୍ତରେ ଉଠି ପଢନ୍ତୁ । ପାଠ ଭଲ ଭାବେ ମନ ରହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More