Only for Entertainment

ଏହି ସମସ୍ତ ଉପାୟ ପ୍ରୟୋଗ କରନ୍ତୁ, ମିଳିବ ସୁଖ ସମୃଦ୍ଧି !

rethinkbrown
0 56

ଆର୍ଥିକ ସମସ୍ୟାରୁ ଦୂରେଇ ରହିବା ଏବଂ ଆନନ୍ଦଭରା ଜୀବନ ବଂଚିବା ପାଇଁ ସମସ୍ତଙ୍କର ଆଶା ଥାଏ । ଅନେକ ଲୋକଙ୍କୁ ଜୀବନରେ ସୁଖ ସମୃଦ୍ଧି ଅତି ସହଜରେ ମିଳି ଯିବା ବେଳେ ଅନେକପ ଲୋକଙ୍କୁ ଜୀବନରେ ଟିକେ ସୁଖ ପାଇଁ ଳାଗି ଅନେକ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ଜ୍ୟୋତିଷ ଶାସ୍ତ୍ରର ଶାଖା ବାସ୍ତୁ ଶାସ୍ତ୍ର ଅନୁସାରେ ଲୋକମାନେ ପରିସ୍ଥିତକୁ ସୁଧାରିବା ଲାଗି ବାସ୍ତୁ ଉପରେ ନିର୍ଭର କରିଥାଆନ୍ତି । ପରିଶ୍ରମ କରି ଯଦି ଏହି ଉପାୟକୁ ପ୍ରୟୋଗ କରାଯାଏ ତେବେ ସୁଫଳ ମିଳିବାର ସମ୍ଭାବନା ରହିଥାଏ । ବାସ୍ତୁ ଅନୁସାରେ ଘର ଆମ ଜୀବନର ସବୁଠାରୁ ମହତ୍ୱପୂର୍ଣ୍ଣ ଜିନିଷ ଅଟେ । ଯଦି ଘରେ ନକରାତ୍ସକ ଶକ୍ତିର ବାସ ଥାଏ ତେବେ ସଫଳତା ପ୍ରାପ୍ତ ହୋଇଥାଏ । ଏଥିରୁ ମୁକ୍ତି ପାଇବା ଲାଗି ବାସ୍ତୁରେ କିଛି ଉପାୟ ରହିଛି, ଏହା ଆପଣଙ୍କୁ ସାହାଯ୍ୟ କରିପାରେ ।

– ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗରେ ଥିବା କାନ୍ଥରେ ଘଡି ଲଗାଇବା ଶୁଭ ଅଟେ, ଏହାଦ୍ୱାରା ପତି-ପତ୍ନୀଙ୍କ ସମ୍ପର୍କ ମଧୁର ରହିଥାଏ ।

– ଘରର ମୁଖ୍ୟ ରୁମରେ ଥିବା କାନ୍ଥରେ ପରିବାରର ଫଟୋ ଲଗାନ୍ତୁ, ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ ।

– ବାସ୍ତୁଶାସ୍ତ୍ର ଅନୁସାରେ ଘର ଟେଲିଫୋନକୁ ସର୍ବଦା ଦକ୍ଷିଣ-ପୂର୍ବ କିମ୍ବା ଉତ୍ତର-ପଶ୍ଚିମ କ୍ଷେତ୍ରରେ ରଖିବା ଲାଭଦାୟକ ଅଟେ ।

– ଭଗବାନଙ୍କୁ ଆରାଧନା କରିବା ସମୟରେ ଚେହେରାକୁ ଉତ୍ତର ପୂର୍ବ ଆଡକୁ ରଖିବା ଶୁଭ ଅଟେ । ଏଥିପାଇଁ ଉତ୍ତର-ପୂର୍ବରେ ମନ୍ଦିର ନିର୍ମାଣ କରନ୍ତୁ ।

– ଘର କବାଟ ଖୋଲିବା ଏବଂ ବନ୍ଦ କରିବା ସମୟରେ ଶବ୍ଦ ହେଲେ ଏହା ଅଶୁଭ ଅଟେ ।

– ହନୁମାନଙ୍କ ମୂର୍ତ୍ତି କୁ ଦକ୍ଷିଣ-ପୂର୍ବ ଦିଗରେ ରଖିବା ଅନୁଚିତ, ମାନ୍ୟତା ରହିଛି ଏହାଦ୍ୱାରା ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ ।

– ଘରର ଉତ୍ତର-ପୂର୍ବ ସବୁବେଳେ ସଫା ରଖିବା ଉଚିତ, ଅଳିଆ ପାତ୍ରକୁ ଏହି ଦିଗରେ ରଖିବା ଅଶୁଭ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More