Only for Entertainment

ମୁକ୍ତିଲାଭ କଲା ଓଡିଆ ରୋମାଂଟିକ୍ ଡ୍ୟାନ୍ସ ଗୀତ ‘କେହି ଜଣେ ଚିହ୍ନା ଚିହ୍ନା ଲାଗେ’ !

77

ମୁକ୍ତିଲାଭ କଲା ଓଡିଆ ରୋମାଂଟିକ୍ ଡ୍ୟାନ୍ସ ଗୀତ ‘କେହି ଜଣେ ଚିହ୍ନା ଚିହ୍ନା ଲାଗେ’ । ଭିଟ୍ୟୁନ୍ ପ୍ରୋ- ର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି ଏହି ଗୀତଟି । ଯେଉଁଥିରେ ନାୟକ – ନାୟିକା ଭାବେ ନଜର ଆସିଛନ୍ତି ଡ୍ୟାନ୍ସିଂ ଷ୍ଟାର୍ ହରିହର ଦାଶ ଓ ଅଭିନେତ୍ରୀ ସ୍ଥିତା । ଗୀତରେ କଲେଜ୍ ରୋମାନ୍ସକୁ ସ୍ଥାନ ଦିଆ ଯାଇଛି । କିଭଳି ନିଜ ହୃଦୟର କଥା ନାୟିକାକୁ ଚିଠି ମାଧ୍ୟମରେ ଜଣାଏ ନାୟକଟି ତାହା ଦେଖିବାକୁ ମିଳିଛି ଏହି ଗୀତରେ । ଖାସ୍ କରି ହରିହରଙ୍କ ଆକର୍ଷଣୀୟ ଡ୍ୟାନ୍ସ ଦେଖଣାହାରିଙ୍କୁ ଆସିଛି ଢେର୍ ପସନ୍ଦ ।

ଧୁମ୍ ଧମାଲ୍ ସଙ୍ଗୀତ ସହ ମନଛୁଆଁ ଲିରିକ୍ସ ଏହି ଗୀତକୁ କରିଛି ଆହୁରି ଆକର୍ଷଣୀୟ । ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସୁମିତ୍ ଦିକ୍ଷୀତ୍ । ଆଉ ଏଥିରେ ଶୁଣିବାକୁ ମିଳିଛି ଶବିଶେଷଙ୍କ ଆକର୍ଷଣୀୟ ଗାୟିକୀ । ଗୀତର ଲିରିକ୍ସ ଦେଇଛନ୍ତି କୁମାର ଶ୍ରୀ ସାହୁ । ଭିଟ୍ୟୁନ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ନାୟକ ହରିହର ଦାଶ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More