Only for Entertainment

ବିଧାୟକ କହିଲେ ମୋତେ ଫୁଲମାଳ ନୁହେଁ, ବହି ଦରକାର !

38

ସୋସିଆଲ ମିଡିଆରେ କେରଳ ବିଧାୟକ ଚର୍ଚ୍ଚା ସାଉଂଟିବାରେ ଲାଗିଛନ୍ତି । ତାଙ୍କର ପ୍ରଶଂସା କରି ସାଧାରଣ ଜନତା ଥକି ଯାଉ ନାହାନ୍ତି । କଥା ହେଉଛି ଫେସବୁକ ପୋଷ୍ଟ ଜରିଆରେ ଲୋକମାନେ କହିଛନ୍ତି ଯେ ଯେତେବେଳେ ତାଙ୍କୁ କେହି ଦେଖା କରିବାକୁ ଆସନ୍ତୁ , ଫୁଲ ବଦଳରେ ତାଙ୍କୁ ବହି ପ୍ରଦାନ କରନ୍ତୁ । ଅସଲରେ ବଟ୍ଟିୟୋରକୋବୁର ବିଧାୟକ ବିକେ ପ୍ରଶାନ୍ତ ଲୋକଙ୍କୁ ଏହି ଅନୁରୋଧ ଏକ ଭଲ କାମ ପାଇଁ କରିଛନ୍ତି । ଅସଲରେ ସେ ନିଜ ନିର୍ବାଚନ କ୍ଷେତ୍ରରେ ଥିବା ସରକାରୀ ବିଦ୍ୟାଳୟର ପୁସ୍ତକାଗାରକୁ ବହି ଦେବାକୁ ଚାହାନ୍ତି । କିଛି ନୂଆ ଲାଇବ୍ରେରୀ ମଧ୍ୟ ଖୋଲିବା ପାଇଁ ଚାହାନ୍ତି ।

ଏହି ପୋଷ୍ଟ ଜରିଆରେ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ କେହି ଯଦି କିଛି ଦେବାକୁ ଚାହୁଁଛନ୍ତି ତେବେ ତାଙ୍କ ଗଳାରେ ଫୁଲ ହାର ନୁହେଁ ବରଂ ବହି ଦିଅନ୍ତୁ ।

ପ୍ରଶାନ୍ତ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି । ଏଥିରେ ଲୋକମାନେ ତାଙ୍କୁ ବହି ଦାନ କରୁଛନ୍ତି । ତାଙ୍କୁ ୩୫୦୦ରୁ ଅଧିକ ବହି ମିଳିଛି, ଯାହାକୁ ସେ ନିର୍ବାଚନ କ୍ଷେତ୍ରରେ ସରକାରୀ ସ୍କୁଲକୁ ଦେବେ । ଏହିକାରଣରୁ ସେ ଲୋକମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

୨୦୧୮ରେ କଥା । ଯେତେବେଳେ କେରଳରେ ବନ୍ୟା ହୋଇଥିଲା । ରକ୍ଷା ଗତିବିଧିରେ ପ୍ରଶାନ୍ତ ଭାଗ ନେଇଥିଲେ । ଏହାପରେ ଲୋକମାନେ ତାଙ୍କୁ ‘ମେୟର ବ୍ରୋ’ ବୋଲି ସମ୍ବୋଧନ କରିବାକୁ ଲାଗିଥିଲେ । ଯଦି ଆମର ନେତାମାନଙ୍କ ଚିନ୍ତାଧାରା ପ୍ରଶାନ୍ତଙ୍କ ଭଳି ରହିବ ତେବେ କେତେ ଭଲ ହେବ ତାହା ଅନୁମାନ କରିପାରୁଥିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More