Only for Entertainment

ସାମ୍ନାକୁ ଆସିଲା ଫିଲ୍ମ ‘କେଶରୀ’ରେ ଅକ୍ଷୟ ଏବଂ ପରିଣୀତିଙ୍କ ଲୁକ, ୨୧ ମାର୍ଚ୍ଚରେ ହେବ ରିଲିଜ

hindustan times
45

ଖିଲାଡୀ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘କେଶରୀ’ ରିଲିଜ ହେବକୁ ଆଉ କିଛି ମାସ ବାକିଥିବା ବେଳେ ଏବେ ଫିଲ୍ମର ଷ୍ଟାରକାଷ୍ଟ ଅକ୍ଷୟ କୁମାର ଏବଂ ପରିଣୀତି ଚୋପ୍ରାଙ୍କ ଫାଷ୍ଟ ଲୁକ ସାମ୍ନାକୁ ଆସିଛି ।

ଧର୍ମା ପ୍ରଡକ୍ସନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଫଟୋକୁ ସେୟାର କରିଛନ୍ତି । ଫଟୋରେ ଅକ୍ଷୟ ଏବଂ ପରିଣୀତି ସାଧାସିଧା ପୋଷାକରେ ନଜର ଆସିଛନ୍ତି । ଅକ୍ଷୟ ଫଟୋରେ ବଡ ବଡ ଦାଢି ଏବଂ ପଗଡିରେ ନଜର ଆସିଥିବା ବେଳେ ପରିଣୀତି ରେଡ ବ୍ଲୁ ସାଲୱାରରେ ନଜର ଆସିଛନ୍ତି । ଏହା ସହିତ ଫଟୋର କ୍ୟାପସନରେ ଲେଖା ହୋଇଥିଲା ଏହି ଷ୍ଟୋରୀକୁ ପରଦାକୁ ଆଣିବା ଏକ ଗର୍ବର ବିଷୟ । ଫିଲ୍ମ ୨୧ ମାର୍ଚ୍ଚରେ ରିଲିଜ ହେବ ।

ଅକ୍ଷୟ କୁମାର ମଧ୍ୟ ଫିଲ୍ମର ପୋଷ୍ଟରକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି , ଫିଲ୍ମ ‘କେଶରୀ ଯାହା ମୋ ଛାତିକୁ ଗର୍ବରେ ଚଉଡା କରିଦିଏ । ’

କହିରଖୁଛୁ ଯେ, ଏହୀ ପୂର୍ବରୁ ମଧ୍ୟ ଫିଲ୍ମର ଏକ ପୋଷ୍ଟର ରିଲିଜ କରାଯାଇଥିଲା । ଫିଲ୍ମର କାହାଣୀ ୧୮୯୭ରେ ହୋଇ ଥିବା ସରଗଢୀ ଯୁଦ୍ଧ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More