Only for Entertainment

‘ଖତରୋଁ କେ ଖିଲାଡୀ ୧୦’ର ଟପ-୪ରେ କରଣ ପଟେଲ, ସୋସିଆଲ ମିଡିଆରେ ପତ୍ନୀ ଦେଲେ ସୂଚନା

Hindustan Times
62

ଖତରୋଁ କେ ଖିଲାଡୀ ୧୦ ପାଇଁ ଟିଭି ଅଭିନେତା କରଣ ପଟେଲ ଏବେ ବୁଲଗେରିଆରେ ଅଛନ୍ତି । ଏବେ ଏହି ଶୋ’କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଶୋ’ର ଟପ-୪ରେ କରଣ ପଟେଲଙ୍କ ଏଣ୍ଟ୍ରି ହୋଇସାରିଛି । କରଣଙ୍କ ପତ୍ନୀ ଅଙ୍କିତା ଭାର୍ଗବ ସୋସିଆଲ ମିଡିଆରେ ଏହାକୁ ନେଇ ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆରେ ଅଙ୍କିତା କରଣଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଫଟୋ ସହିତ ଅଙ୍କିତା କ୍ୟାପସନରେ ଲେଖିଛନ୍ତି, ‘ଆଇ ମି୍ସ ୟୁ, ତୁମେ ଖୁବ କ୍ରେଜି । ଜିତି କି ଆସିବ । ନହେଲେ ମୋ ୫୬୩୨ କିଲୋ ଧୌର୍ଯ୍ୟ ନଷ୍ଟ ହୋଇଯିବ ।#kkk #khatronkekhiladi10 #top4 #finalist’ କରଣ ଟପ ୪ରେ ପହଁଚିବା ପରେ ଅଙ୍କିତା ଏହାକୁ ନେଇ ଖୁବ ଉତ୍ସାହିତ ଏବଂ ଏକ୍ସାଇଟେଡ ଅଛନ୍ତି । ଏବଂ ଶୋ’ ଜିତନ୍ତୁ ବୋଲି ଆଶା ରଖିଛନ୍ତି ।

 

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, କରଣ ‘ଖତରୋଁ କେ ଖିଲାଡୀ’ ପାଇଁ ପପୁଲାର ଟିଭି ଶୋ ୟେ ହେ ମହୋବତେଁ ଛାଡି ଦେଇଛନ୍ତି । ଏହି ଶୋ ତାଙ୍କୁ ଖୁବ ଲୋକପ୍ରିୟତା ଦେଇଛି । ଖବର ଅନୁସାରେ ‘ଖତରୋଁ କେ ଖିଲାଡୀ’ ପରେ ସେ ‘ୟେ ହେ ମହୋବତେଁ’ ଜଏନ କରିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More