ରୋହିତ ସେଟ୍ଟୀ ଆରମ୍ଭ କଲେ ଖତରୋ କେ ଖିଲାଡି’ର ସୁଟିଂ, ପ୍ରଥମ ଦିନରେ ହିଁ ଭିଡିଓ ହେଲା ଲିକ !
ପପୁଲାର ରିଆଲିଟି ଶୋ ଖତରୋ କେ ଖିଲାଡୀ ଖୁବଶୀଘ୍ର ଟିଭିରେ ଆରମ୍ଭ ହେବାକୁ ଯାଉଛି । ଏଥର ଶୋ’ର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ହୋଷ୍ଟ କରୁଛନ୍ତି । ଶୋ’ରେ ଏଥର ଆପଣଙ୍କୁ ନୂଆ ନୂଆ ଭୟଙ୍କର ଷ୍ଟଂଟ ଦେଖିବାକୁ ମିଳିବ । ଶୋ’ର ସୁଟିଂ ବୁଲଗେରିୟାରେ ଆରମ୍ଭ ହେଉଛି । ଶୋ’ର ସୁଟିଂ ପ୍ରଥମ ଦିନର ଭିଡିଓ ସୋସିଆଲ ମିଡିଆରେ ଲିକ ହୋଇଛି ।
ଭିଡିଓରେ ଶୋ’ର ପ୍ରତିଯୋଗୀ ଏବଂ ଟିଭି ଅଭିନେତା କରଣ ପଟେଲ ଦୁଇ ଜଣ ବିଦେଶୀ ଝିଅଙ୍କ ସହ ‘ବୋ ହସୀନା ବୋ ନୀଲମ ପରୀ, କର ଗୟି କେସି ଯାଦୁଗରୀ’ଗୀତରେ ଡାନ୍ସ କରୁଥିବାର ନଜର ଆସିଛନ୍ତି ।
ସେହିଭଳି ଅନ୍ୟ ଭିଡିଓରେ ଧର୍ମେଶ ୟେଲଣ୍ଡେ ଖୁବ ଉଚ୍ଚରେ ବନ୍ଧା ହୋଇ ଡାନ୍ସ କରୁଥବାର ନଜର ଆସିଛନ୍ତି । ଭିଡିଓ ଦେଖି ମନେ ହେଉଛି ଧର୍ମେଶଙ୍କ ଏହି ଭିଡିଓରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି । ଭିଡିଓ ଦେଖି ଲାଗୁଛି ଧର୍ମେଶ ଷ୍ଟଂଟ କରୁଥିବାର ଏହି ଭିଡିଓ ଅଟେ । ଶୋ’ର ପ୍ରଥମ ଦିନରେ ପ୍ରତିଯୋଗୀ ଖୁବ ମସ୍ତି କରୁଥିବାର ଦେଖିବାକୁ ମିଳିଛି ।
ଏଠାରେ ଆମେ କହି ରଖୁଛୁ ଯେ ସୁଟିଂ ୫ଅଗଷ୍ଟ ୨୦୧୯ରେ ଆରମ୍ଭ ହୋଇଛି । ରୋହିତ ସେଟ୍ଟୀ ଖତରୋ କେ ଖିଲାଡୀ ସେଟରେ ସୋସିଆଲ ମିଡିଆରେ ନିଜ ଫଟୋ ଶେୟାର କରି ଏହା ଜଣାଇଥିଲେ ।