Only for Entertainment

ଜାହ୍ନବୀଙ୍କୁ ହଗ କରି କାନ୍ଦି ପକାଇଲେ ଖୁସି, ଦେଖନ୍ତୁ ।

khabarNDTV
0 68

ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ କପୁରଙ୍କ ଫିଲ୍ମ ‘ଧଡକ’ର ଟ୍ରେଲର ରିଲିଜ ହୋଇଛି । ଧର୍ମା ପ୍ରଡକ୍ସନର ଏହି ଫିଲ୍ମରେ ଜାହ୍ନବୀଙ୍କ ଯୋଡି ସାହିଦ କପୁରଙ୍କ ଭାଇ ଈଶାନ ଖଟ୍ଟରଙ୍କ ସହ ଜବରଦସ୍ତ ହୋଇଛି । ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରିଥିବା ସୂତ୍ରରୁ ପ୍ରକାଶ । ଟ୍ରେଲର ଲଂଚ ହେବା ସମୟରେ କିଛି ଏଭଳି ଘଟିଛି ଜାହ୍ନବୀଙ୍କ ସାନ ଭଉଣୀ ନିଜ ଲୁହ ରୋକି ପାରି ନାହାନ୍ତି ।

ଧଡକର ଟ୍ରେଲର ଲଂଚିଂ ଇଭେଂଟରେ କପୁର ପରିବାର ଉପସ୍ଥିତ ଥିଲେ । ବୋନି କପୁର ସେଠାକୁ ଖୁସି ଏବଂ ଜାହ୍ନବୀଙ୍କ ସହ ପହଂଚିଥିଲେ । ବୋନି କପୁର ତାଙ୍କ ସାନ ଭାଇ ସଂଜୟ କପୁରଙ୍କ ପରିବାର ସହ ନଜର ଆସିଥିଲେ । ଅନୀଲ କପୁର ହର୍ଷ ବର୍ଦ୍ଦନଙ୍କ ସହ ଜାହ୍ନବୀଙ୍କୁ ସପୋର୍ଟ କରୁଥିବାର ନଜର ଆସିଥିଲେ ।

ଟ୍ରେଲର ଲଂଚିଂ ଇଭେଂଟ ସରିଲା ପରେ ସମସ୍ତ ବନ୍ଧୁ ବାନ୍ଧବ ଜାହ୍ନବୀଙ୍କୁ ଶୁଭେଚ୍ଛା ଜଣାଇଲେ, ଏହାମଧ୍ୟରେ ଯେତେବେଳେ ଖୁସି ବଡ ଭଉଣୀଙ୍କୁ କୋଳାଗ୍ରତ କଲେ କାନ୍ଦି ପକାଇଲେ ।

ଏଠାରେ ଆମେ କହି ରଖୁଛୁ ଯେ ଧର୍ମା ପ୍ରଡକ୍ସନର ଫିଲ୍ମ ‘ଧଡକ’ ମରାଠୀ ଫିଲ୍ମ ‘ସୈରଠ’ର ଅଫିସିଆଲ ହିନ୍ଦୀ ରିମେକ ଅଟେ । ଶଶାଙ୍କ ଖେତାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ୱ ୨୦ଜୁଲାଇରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More