Only for Entertainment

ପରିବାର ଓ ଅର୍ଥପ୍ରାଚୁର୍ଯ୍ୟକୁ ଛାଡି ୧୨ବର୍ଷର ଝିଅ ହେଲା ଜୈନ ସନ୍ନ୍ୟାସିନୀ

Latestly
36

ସୁରଟର ୧୨ ବର୍ଷର ଖୁସି ଯେତେବେଳେ ସନ୍ନ୍ୟାସିନୀ ହେବା ପାଇଁ ଘରେ କହିଥିଲେ ସମସ୍ତେ ହତଚକିତ ହୋଇଯାଇଥିଲେ । କିନ୍ତୁ ଅଲିଅଳ ଝିଅର ଜିଦ ଆଗରେ ଶେଷରେ ହାର ମାନିବାକୁ ପଡିଲା । ଆଜି ଆଚାର୍ଯ୍ୟ ଗୁଣରତ୍ନାସୁରୀଙ୍କ ସାନ୍ନିଧ୍ୟରେ ଖୁସି ଶାହା ଦୀକ୍ଷା ନେଇଛନ୍ତି । ମୋହ-ମାୟାର ସଂସାର ଛାଡି ସଂଯମ ମାର୍ଗକୁ ବାଛିଛନ୍ତି ଏହି ଝିଅ । ବାପା ରେଳ ବିଭାଗରେ ଜଣେ ଉଚ୍ଚପଦସ୍ଥ ଅଫିସର। କୋଟି କୋଟି ଟଙ୍କାର ସମ୍ପତ୍ତି। ହେଲେ ଜୈନ ସନ୍ନ୍ୟାସିନୀ ହେବା ପାଇଁ ନିଜ ପରିବାର ଓ ଅର୍ଥପ୍ରାଚୁର୍ଯ୍ୟକୁ ଛାଡିଦେଇଛନ୍ତି କୁନି ଝିଅ ଖୁସି ।

୭ମ ଶ୍ରେଣୀରେ ୯୬ ପ୍ରତିଶତ ମାର୍କ ପାଇ ଜଣେ ମେଧାବୀ ଛାତ୍ରୀ ଭାବେ ନିଜକୁ ସାବ୍ୟସ୍ତ କରିଥିଲେ ବି ଦୀକ୍ଷା ନେଇ ନିଜକୁ ସନ୍ନ୍ୟାସିନୀ କରିନେଇଛନ୍ତି | ଦାମୀ ଘର, ବିଲାସମୟ କାର, ସ୍ନେହୀ ପରିବାରକୁ ଛାଡି ଖୁସି ଏଣିକି ସାଧ୍ବୀ ଭାବରେ ପରିଚିତ ହେବେ । ଖୁସି କୁହନ୍ତି ଯେ ସ୍କୁଲ ଛୁଟି ପରେ ସେ ସାଧ୍ବୀ ତେଜସ୍ୱି ଓ ସାଧ୍ବୀ ପ୍ରମୋଦରେଖାଙ୍କ ସାନ୍ନିଧ୍ୟରେ ଆସିଥିଲେ । ଏହି ସାଧ୍ବୀମାନେ ଖୁସୀଙ୍କୁ ସଂଯମ ଜୀବନ କାଟିବାକୁ ପରାମର୍ଶ ଦେଇଥିଲେ । ସଂଯମ ଏଭଳି ଏକ ମାର୍ଗ ଯାହାକି ମୋକ୍ଷ ମାର୍ଗରେ ଜଣକୁ ନେଇଯାଇଥାଏ ବୋଲି କହିଥିଲେ । ଏଥିରେ ପ୍ରଭାବିତ ହୋଇ ସେ ନିଜ ବାପାମାଙ୍କୁ ଏହି ପାପମୟ ସଂସାରରେ ନ ରହିବାକୁ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More