Only for Entertainment

କ୍ୟାପଟେନ ବିକ୍ରମ ବତ୍ରାଙ୍କ ବାୟୋପିକରେ ସିଦ୍ଧାର୍ଥଙ୍କ ବିପକ୍ଷରେ ନଜର ଆସିବେ ଏହି ଅଭିନେତ୍ରୀ ।

zeenews
0 45

ଅୟାରୀ ପରେ ସିଦ୍ଧାର୍ଥ ମଲହୋତ୍ରା ପୁଣି ଥରେ ଏକ ଦେଶଭକ୍ତି ଭରା କ୍ୟାପଟେନ ବିକ୍ରମ ବତ୍ରା ବାୟୋପିକରେ ଆସିବେ ନଜର । ସିଦ୍ଧାର୍ଥ କିଛି ଦିନ ପୂର୍ବେ ନିଜେ ଏହି ସମ୍ପର୍କରେ ଦର୍ଶକଙ୍କ ଆଗରେ କହିଛନ୍ତି । ସିଦ୍ଧାର୍ଥ ଏହି ଫିଲ୍ମରେ କ୍ୟାପଟେନ ବିକ୍ରମ ବତ୍ରା ଭୂମିକାରେ ନଜର ଆସିବେ । ଫିଲ୍ମ ସମ୍ପର୍କିତ ଆଉ ଏକ ଖବର ଏବେ ଶୁଣିବାକୁ ମିଳିଛି ଯେ ଫିଲ୍ମ ପାଇଁ ସିଦ୍ଧାର୍ଥଙ୍କ ବିପକ୍ଷରେ ଅଭିନେତ୍ରୀ ବଛାଯାଇ ସାରିଲାଣି ।

ୱେବସାଇଟ ବଲିଉଡ ଲାଇଫ ଡଟ କମ ସୂତ୍ର ମୁତାବିକ କ୍ୟାପଟେନ ବିକ୍ରମ ବତ୍ରାଙ୍କ ବାୟୋପିକ ପାଇଁ ଅଭିନେତ୍ରୀ କିଆରା ଆଡଭାଣୀଙ୍କୁ କାଷ୍ଟ କରାଯାଇଛି । କିଆରା ଫିଲ୍ମରେ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଗର୍ଲଫ୍ରେଣ୍ଡ ଡିମ୍ପଲ ଚୀମା ଭୂମିକାରେ ନଜର ଆସିବେ ।

@abujanisandeepkhosla ✨ @jaipurgems @13kavitadas @hairbyseema

A post shared by KIARA (@kiaraaliaadvani) on


ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ କ୍ୟାପଟେନ ବିକ୍ରମ ବତ୍ରା କାରଗିଲ ଯୁଦ୍ଧରେ ହିରୋ ଥିଲେ, ଯିଏ କାରଗିଲରେ ପାକିସ୍ତାନୀ ସେନାଙ୍କୁ ମାରି ଗଡାଇଥିଲେ । ୭ଜୁଲାଇ ୧୯୯୯ରେ ପ୍ୟାଇଂଟ ୪୮୭୫ରେ ମହଜୁଦ ଥିବା ଶତ୍ରୁଙ୍କୁ କ୍ୟାପଟେନ ମାରି ଗଡାଇଥିଲେ, ଯାହାଦ୍ୱାରା ଭାରତୀୟ ସେନାର ଏହି କ୍ୟାପଟେନ ଦେଶ ପାଇଁ ଲଢି ଶହିଦ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More