Only for Entertainment

ବୋହୂ ସାଜିଲେ କିଆରା ଆଡବାଣୀ, ଫଟୋରେ ନଜର ଆସିଲା ଜବରଦସ୍ତ ଅନ୍ଦାଜ !

40

ବଲିଉଡ ଅଭିନେତ୍ରୀ କିଆରା ଆଡବାଣୀ କିଛି ଦିନ ହେବ ନିଜ ଅପକମିଂ ଫିଲ୍ମ କବୀର ସିଂକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ତାଙ୍କ ବିପକ୍ଷରେ ନଜର ଆସିବେ ଶାହିଦ କପୂର । ଫିଲ୍ମ ସହ କିଆରା ନିଜ ଲୁକ କାରଣରୁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଆସିବା ଦିନରୁ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନିକଟରେ କିଆରା ଗ୍ଲାମରସ ଫଟୋସୁଟ କରାଇଛନ୍ତି । ଏହି ଫଟୋସୁଟରେ ସେ ଭିନ୍ନ ଭିନ୍ନ ଆଉଟଫିଟରେ ଖୁବ ସୁନ୍ଦର ନଜର ଆସିଛନ୍ତି ।

କିଆରା ଏକ ୱେଡିଂ ମାଗାଜିନ ପାଇଁ ଏହି ଫଟୋସୁଟ କରାଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି କିଆରା । ସେ ଇନଷ୍ଟାଗ୍ରାମରେ ନିଜ ଫିଲ୍ମ ପାଇଁ ପ୍ରଚାର ସହ ନିଜ ହଟ ଫଟୋସୁଟ ଶେୟାର କରନ୍ତି । ତାଙ୍କୁ ଲକ୍ଷ ଲକ୍ଷ ୟୁଜର୍ସ ମଧ୍ୟ ଫଲୋ କରୁଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କିଆରା ‘ଏମଏସ ଧୋନି: ଅନଟୋଲ୍ଡ ଷ୍ଟୋରୀ’, ‘ମଶିନ’ ଏବଂ ‘କଳଙ୍କ’ ଭଳି ଫିଲ୍ମରେ ନଜର ଆସି ସାରିଲେଣି ଏବଂ ଖୁବ ଶୀଘ୍ର ଶାହିଦ କପୂରଙ୍କ ସହ ‘କବୀର ସିଂ’ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମ ୨୧ଜୁନରେ ପରଦାରେ ରିଲିଜ ହେବ ।

ଫିଲ୍ମର ଟ୍ରେଲର ଏବଂ ଗୀତ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏବେ ଏହି ଫିଲ୍ମ ଦର୍ଶକଙ୍କ ହୃଦୟକୁ କେତେ ମାତ୍ରାରେ ଛୁଇଁ ପାରୁଛି ତାହା କେବଳ ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More