Only for Entertainment

ଶଶାଙ୍କ ଶେଖରଙ୍କ ସ୍ୱରରେ ମୁକ୍ତିଲାଭ କଲା ମନଛୁଆଁ ଓଡିଆ ରୋମାଣ୍ଟିକ୍ ଗୀତ ‘କିଛି ପ୍ରେମ ହେଇସାରିଛି’

Mycitylinks
54

ପୁଣି ଥରେ ମନଜିଣିଲା କଣ୍ଠଶିଳ୍ପୀ ଶଶାଙ୍କ ଶେଖରଙ୍କ ଗାୟିକୀ । ୟୁଟୁବରେ ରିଲିଜ୍ ହେଲା ଶଶାଙ୍କଙ୍କ ସ୍ୱରରେ ମନଛୁଆଁ ଗୀତ ‘କିଛି ପ୍ରେମ ହେଇସାରିଛି’ । ସିଦ୍ଧାର୍ଥ ମ୍ୟୁଜିକର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ଗୀତ ଷ୍ଟୁଡିଓ ଭର୍ସନ୍ ମୁକ୍ତିଲାଭ କରିଛି । ଯେଉଁଥିରେ ଷ୍ଟୁଡିଓ ଭିତରେ କଣ୍ଠଦାନ କରିବାରେ ନଜର ଆସିଛନ୍ତି ସଶାଙ୍କ ।

ମୁକ୍ତିଲାଭ କରିଥିବା ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅସାଦ୍ ନିଜାମ୍ । ଗୀତରେ ଲିରିକ୍ସ ଦେଇଛନ୍ତି ଅରୁଣ ମନ୍ତ୍ରୀ । ଗୀତଟିକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଗୀତଟି ରିଲିଜ୍ ହେବାର ୧୨ ଘଂଟା ମଧ୍ୟରେ ଏହାକୁ ପାଖାପାଖି ୧୧ ହଜାର୍ ଦର୍ଶକ ଦେଖି ସାରିଲେଣି । ଆଗକୁ ଏହି ଗୀତର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More