Only for Entertainment

ୟଙ୍ଗ ହ୍ରିତିକ ରୋଶନଙ୍କ ସହ କୁନି ଆଲିୟା ଭଟ୍ଟଙ୍କ ଫଟୋ, ଆପଣ ଦେଖିଛନ୍ତି କି ?

41

ଆଲିୟା ଭଟ୍ଟଙ୍କ କୌଣସି ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ତାହା ଭାଇରାଲ ହୋଇଯାଏ । ଇଂଟରନେଟରେ ଭାଇରାଲ ହେବା ପାଇଁ ଏହି ଫଟୋ ସବୁ ବେଶୀ ସମୟ ନିଏ ନାହିଁ । ଏଥର ମଧ୍ୟ ଏହିଭଳି କିଛି ହୋଇଛି , ଯେଉଁଥିରେ ଆଲିୟା ହ୍ରିତିକ ରୋଶନଙ୍କ ସହ ନଜର ଆସିଛନ୍ତି ଏବଂ ଏହି ଫଟୋ ସତରେ ଖୁବ ସୁନ୍ଦର ହୋଇଛି ।

ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏହି ଫଟୋରେ ହ୍ରିତିକ ଖୁବ ୟଙ୍ଗ ନଜର ଆସିଥିବା ବେଳେ ଆଲିୟା ଛୁଆଙ୍କ ଧାଡିରେ ଛିଡା ହୋଇଛନ୍ତି । ଆଲିୟା ଏହି ଫଟୋରେ ଖୁବ ଛୋଟ ନଜର ଆସିଛନ୍ତି । ଏହି ଫଟୋରେ ଆଲିୟାଙ୍କ ଭଉଣୀ ସାହିନ ଭଟ୍ଟ, ବନ୍ଧୁ ଆକାଂକ୍ଷା ରଂଜନ ଏବଂ ଅନୁଷ୍କା ରଂଜନ ମଧ୍ୟ ଅଛନ୍ତି । ଏହାବ୍ୟତୀତ ଏହି ଫଟୋରେ ନୀନା ଗୁପ୍ତାଙ୍କ ଝିଅ ମସାବା ଗୁପ୍ତା ମଧ୍ୟ ନଜର ଆସିଛନ୍ତି ।

 

View this post on Instagram

 

These are the most adorable ones ,without realising ??

A post shared by Anu Ranjan (@anuranjan1010) on

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଆଲିୟା ଏବେ ବାରାଣାସୀରେ ବ୍ରହ୍ମାସ୍ତ୍ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ରଣବୀର କପୂର । ଅୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିିତାଭ ବଚ୍ଚନ, ଡିମ୍ପଲ କପାଡିଆ ଏବଂ ମୌନୀ ରୟ ମଧ୍ୟ ନଜର ଆସିବେ । ସେହିଭଳି ହ୍ରିତିକ ରୋଶନଙ୍କ ବିଷୟରେ କହିବାକୁ ଗଲେ ସୁପର ୩୦’ ଆଗାମୀ ମାସ ୧୨ଜୁଲାଇରେ ରିଲିଜ ହେବାକୁ ପ୍ରସ୍ତୁତ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More