Only for Entertainment

ନିଜ ସିକ୍ୟୁରିଟି ୟୁନିଟ୍ କମାଣ୍ଡରଙ୍କୁ ବିବାହ କଲେ ଥାଇଲାଣ୍ଡ ରାଜା

Good Times
63

ଥାଇଲାଣ୍ଡର ୬୬ ବର୍ଷିୟ ରାଜା ବାଜିରାଲଙ୍ଗକର୍ଣ୍ଣ ରାଜ୍ୟାଭିଷେକ ପୂର୍ବରୁ ନିଜ ସୁରକ୍ଷାକର୍ମୀ ସୁଥିଦା ତିଦ୍‍ଜଇଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ରାଜା ବାଜିରାଲଙ୍ଗର୍ଣ୍ଣ ବୌଦ୍ଧ ଏବଂ ବ୍ରାହ୍ମଣ ଉପସ୍ଥିତିରେ ଏଇ ନିକଟରେ ରାଜା ଭାବେ ଶପଥ ନେଇଛନ୍ତି । ସେ ରାମା ଦଶମ ନାମରେ ମଧ୍ୟ ପରିଚିତ । ଏହି ରାଜକୀୟ ବିବାହ ଥାଇଲାଣ୍ଡର ସମସ୍ତ ଟିଭି ଚ୍ୟାନେଲ୍‍ ଗୁଡ଼ିକରେ ଲାଇଭ୍‍ ପ୍ରସାରିତ ହୋଇଥିଲା । ସ୍ଥାନୀୟ ମିଡ଼ିଆରେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଆଗରୁ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା।

କିନ୍ତୁ ରାଜପରିବାର ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଆସିଥିଲେ । ସୁଥିଦା ରାଜାଙ୍କ ସିକ୍ୟୁରିଟି ୟୁନିଟରେ ସାମିଲ ହେବା ପୂର୍ବରୁ ଥାଇ ଏୟାରୱେଜ୍‍ ଇଣ୍ଟରନ୍ୟାଶନାଲରେ ଫ୍ଲାଇଟ୍‍ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ରାଜା ଏବଂ ତାଙ୍କର ପ୍ରଥମ ସାକ୍ଷାତ ସେଠାରେ ହୋଇଥିବା ପ୍ରକାଶ । ପ୍ରକାଶଥାଉ କି, ରାଜା ବାଜିରାଲଙ୍ଗକର୍ଣ୍ଣଙ୍କର ପୂର୍ବରୁ ତିନୋଟି ବିବାହ ବିଚ୍ଛେଦ ହୋଇଥିଲାବେଳେ ତାଙ୍କର ୭ଟି ସନ୍ତାନ ଅଛନ୍ତି । ଥାଇଲାଣ୍ଡର ନୂତନ ରାଣୀ ସୁଥିଦା ପୂର୍ବରୁ ରାଜା ବାଜିରାଲଙ୍ଗକର୍ଣ୍ଣଙ୍କ ସିକ୍ୟୁରିଟି ୟୁନିଟ୍‍ର କମାଣ୍ଡର ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More