Only for Entertainment

ବଲିଉଡକୁ ଆସିବା ପୂର୍ବରୁ ସେଲ୍ସମ୍ୟାନ କାମ କରୁଥିଲେ ଏହି ସିଙ୍ଗର, ଗୋଟିଏ ଗୀତ ବଦଳାଇ ଦେଲା ଭାଗ୍ୟ ।

DNA India
0 55

ବଲିଉଡ ସିଙ୍ଗର କେକେଙ୍କୁ କିଏ ବା ନଜାଣେ । ଦୃଦୟକୁ ଛୁଇଁବା ପରି ତାଙ୍କର ଭଏସକୁ ଲୋକେ ଖୁବ ପସନ୍ଦ କରିଛନ୍ତି । କେକେଙ୍କ ଜନ୍ମ ୨୩ ଅଗଷ୍ଟ ୧୯୭୦ରେ କେରଳର ତ୍ରୀଶୁରରେ ହୋଇଥିଲା । କେକେ ହିନ୍ଦୀ ବ୍ୟତିତ ତେଲଗୁ, ତାମିଲ, ମଲୟାଲମ ଏବଂ କନ୍ନଡ ଫିଲ୍ମରେ ନିଜ ଭଏସର ଯାଦୁ ଦେଖାଇ ସାରିଛନ୍ତି । ଖୁବ କମ ଲୋକଙ୍କୁ କେକେଙ୍କ ପୂରା ନାମ ଜଣାଥିବ । ତାଙ୍କର ପୂରା ନାମ ହେଉଛି କୃଷ୍ଣକୁମାର କୁନ୍ନତ ।

ଦିଲ୍ଲୀରେ ବାସ କରୁଥିବା କେକେ ପିଲାଟି ଦିନରୁ ଗୀତ ପାଇଁ ଆଗ୍ରହୀ ଥିଲେ । ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେ ପ୍ରଥମ ଥର ପାଇଁ ଷ୍ଟେଜ ପଫର୍ମାନ୍ସ ଦେଇଥିଲେ । ସିଙ୍ଗର ହେବା ପୂର୍ବରୁ କେକେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ । ପିଲାଦିନର ପ୍ରେମିକାଙ୍କୁ ବିବାହ କରିବା ପାଇଁ କେକେ ଏହି ଜବ କରିଥିଲେ । ୬ ମାସ ସେଲ୍ସମ୍ୟାନ ଭାବେ କାମ କରିବା ପରେ ତାଙ୍କୁ ଲାଗିଥିଲା ଏହା ତାଙ୍କ ପାଇଁ ଠିକ ଜବ ନୁହେଁ । ପତ୍ନୀ ପରିବାରର ସହେଯାଗରେ ସେ ସିଙ୍ଗର ଶିବନୀ କଶ୍ୟପଙ୍କ ସହିତ ମିଶି ଜିଙ୍ଗଲ୍ସ ଗୀତ ଗାଇବା ଆରମ୍ଭ କରିଥିଲେ । କେକେ ପାଖାପାଖି ୩ ହଜାରରୁ ଅଧିକ ଜିଙ୍ଗଲ୍ସ ଗୀତ ଗାଇଛନ୍ତି ।

kk.

ମ୍ୟୁଜିକ କମ୍ପୋଜର ଏବଂ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ ପ୍ରଥମେ କେକେଙ୍କୁ ବଲିଉଡରେ ଗାଇବା ପାଇଁ ସୁଯୋଗ ଦେଇଥିଲେ । ୧୯୯୯ରେ ରିଲିଜ ହୋଇଥିବା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ର ‘ତଡପ ତଡପ’ ଗୀତ କେକେଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ଏହା ଗୀତରେ ସଲମାନ ଖାନ ନଜର ଆସିଥିଲେ । ସେହି ବର୍ଷ ତାଙ୍କର ଆଲବମ ମଧ୍ୟ ରିଲିଜ ହୋଇଥିଲା । ଏହି ଆଲବମର ଗୀତ ‘ୟାଦ ଆୟେଙ୍ଗେ ୱେ ପଲ’ ଆଜି ମଧ୍ୟ ଲୋକଙ୍କ ମନ ଭିତରେ ରହିଛି ।

କେକେ ବିଷୟରେ ସବୁଠାରୁ ବଡ କଥା ହେଉଛି ସେ ଗୀତର ଲିରିକ୍ସକୁ ନେଇ ଖୁବ ସତର୍କ ରହିଥାନ୍ତି । କେକେ କହିଥିଲେ ଜଣେ ନୂଆ ସଙ୍ଗୀତକାର ତାଙ୍କୁ ଗୀତ ଗାଇବା ପାଇଁ ଡକାଇଥିଲେ । କିନ୍ତୁ କେକେଙ୍କୁ ଲାଗିଥିଲା ଏହି ଗୀତର ଲିରିକ୍ସ ଠିକ ନାହିଁ । ସେ ଗୀତକୁ ଅଧାରେ ଛାଡି ପଳାଇଆସିଥିଲେ । ପରେ ଫୋନ ଆସିଥିଲା ଗୂତର ଲିରିକ୍ସ ଚେଞ୍ଜ କରାଯାଇଛି । କେକେ ଏହା ମଧ୍ୟ କହିଥିଲେ ଏବେ ଲୋକେ ଜାଣିସାରିଲେଣି ମୋତେ କେଉଁ ଭଳି ଗୀତ ପସନ୍ଦ ଏବଂ କେଉଁଟା ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More