Only for Entertainment

ବଲିଉଡର ଏହି ଷ୍ଟାର ମାନେ କାହାକୁ ପ୍ରଥମ ଦେଖାରେ ମନ ଦେଇ ବସିଥିଲେ, ଆସନ୍ତୁ ଜାଣିବା ।

fashionlady
0 85

ସେଲିବ୍ରିଟି ହୁଅନ୍ତୁ କି ସାଧାରଣ ଲୋକ ସମସ୍ତଙ୍କ ଲାଇଫରେ କେହି ନା କେହି କ୍ରଶ ଥାଆନ୍ତି । କ୍ରଶ ଅର୍ଥାତ ହେଉଛି ପ୍ରଥମ ଦେଖାରେ ମନ ଦେଇଦେବା କିମ୍ବା ପ୍ରଥମ ଦେଖାରେ ବ୍ୟକ୍ତି କିମ୍ବା ମହିଳା ଆକର୍ଷିତ କରିବା । ଯାହାକୁ ଦେଖିଲେ ହଠାତ ହୃଦୟ ବିଚଳିତ ହୋଇ ଉଠେ । ସେହିଭଳି ଆଜି ଆସନ୍ତୁ ଜାଣିବା ସେଲିବ୍ରିଟିଙ୍କ ସମ୍ପର୍କରେ ଯିଏ ପ୍ରଥମ ଦେଖାରେ ହିଁ ମନ ଦେଇ ବସିଥିଲେ କିମ୍ବା ତାଙ୍କର କ୍ରଶ ସମ୍ପର୍କରେ।

  • ଶ୍ରଦ୍ଧା କପୁର :

ବଲିଉଡ଼ରେ ଗୋଟେ ପରେ ଗୋଟେ ହିଟ୍‌ ଚଳଚ୍ଚିତ୍ର ଦେଇ ଚାଲିଥିବା ଶ୍ରଦ୍ଧାଙ୍କର କ୍ରସ ହେଉଛନ୍ତି ହ୍ରିତିକ୍‌ ରୋଶନ । ତାଙ୍କର ଫିଲ୍ମ ‘କହୋନା ପ୍ୟାର୍‌ ହେ’ ରିଲିଜ ହେବା ପରେ ହ୍ରିତିକ୍‌ଙ୍କ ଉପରେ ତାଙ୍କର କ୍ରସ ଆସି ଯାଇଥିଲା ବୋଲି ସେ କୁହନ୍ତି । ଏହା ସହ ସେ ତାଙ୍କ ଫୋଟ କାଟି ନିଜ ପାଖରେ ରଖିଛନ୍ତି ବୋଲି ମଧ୍ୟ କହିଛନ୍ତି ।

  • କ୍ୟାଟ୍ରିନା କୌଫ୍‌ :

ସଲମାନଙ୍କ ସହ ଥିବା ପ୍ରେମ ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କ୍ୟରଟ୍ରିନାଙ୍କ କ୍ରସ ସଲମାନ ନୁହନ୍ତି । ନିଜର ହଟ୍‌ ଏବଂ ସେକ୍ସି ଅନ୍ଦାଜରେ ସମସ୍ତଙ୍କୁ ପାଗଳ କରିଥିବା କ୍ୟାଟ୍ରିନା ହେଉଛନ୍ତି ରବର୍ଟ ପାଟିସନଙ୍କ ପାଇଁ ପାଗଳା । ତାଙ୍କୁ ପ୍ରଥମେ ଦେଖିବା ପରେ ସେ ସବୁ କିଛି ଭୁଲି ଯାଇଥିଲେ । ତାଙ୍କ ଉପରେ କ୍ୟାଟ୍ରିନାଙ୍କର କ୍ରସ ଆସି ଯାଇଥିଲା । “ତାଙ୍କୁ ଦେଖିବା ପରେ ମୁଁ ସବୁ ଭୁଲିଯାଏ । ତାଙ୍କ ଉପରେଯେଉଁ ଭଳି ଭାବରେ ମୋର କ୍ରସ ଅଛି ଆଜି ପର୍ଯ୍ୟନ୍ତ କାହା ଉପରେ ଆସି ନାହିଁ” ବୋଲି ସେ କହିଛନ୍ତି ।

  • ପ୍ରିତି ଜିଣ୍ଟା :

ଡ଼ିମ୍ପଲ ଗର୍ଲଭାବେ ଜଣା ଯାଉଥିବା ପ୍ରିତି ବଲିଉଡ଼କୁ ଆସିବା ପରେ ସମସ୍ତଙ୍କ ମନ କିଣିବା ଆରମ୍ଭ କରି ଦେଇଥିଲେ । ଏହା ସହ ତାଙ୍କୁ ଦେଖି ତାଙ୍କର ଅନେକ ଦିଓ୍ଵାନା ମଧ୍ୟ ହୋଇ ଯାଇଥିଲେ । କିନ୍ତୁ ସେ ଥିଲେ ଆଉ କାହାର ଦିଓ୍ଵାନୀ । ଏବେ ଆପଣ ଭାବୁଥିବେ ତାଙ୍କ ସ୍ୱାମୀ ବା ତାଙ୍କ ପୂର୍ବ ପ୍ରେମିକଙ୍କର ସେ ଦିଓ୍ଵାନୀ ଥିବେ । ତେବେ ଯଦି ସେଭଳି ଭାବୁଛନ୍ତି, ତାହେଲେ ଭୁଲ ଭାବୁଛନ୍ତି । କାରଣ ସେ ତାଙ୍କର କେଉଁ ପୁରଣା ପ୍ରେମିକ ବା ସ୍ୱାମୀଙ୍କର ଦିଓ୍ଵାନୀ ନୁହେଁ ବରଂ ହଲିଉଡ଼ ଷ୍ଟାର ଟମ୍‌ କ୍ରୁସ୍‌ଙ୍କର ଦିଓ୍ଵାନୀ ଥିଲେ । ଅନିଲ କପୁରଙ୍କର ଏକ ପାର୍ଟିରେ ସେ ତାଙ୍କୁ ଦେଖିବା ପରେ ଏତେ ଖୁସି ହୋଇ ଯାଇଥିଲେ ଯେ, ଟ୍ଵିଟରକୁ ଯାଇ ନିଜ ଖୁସିକୁ ସମସ୍ତଙ୍କ ସହ ସେୟାର କରିଥିଲେ ।

  • ଆଲିଆ ଭଟ୍ଟ :

ଆଲିଆ ଭଟ୍ଟ,ଯିଏ ନିଜେ ଲକ୍ଷ ଲକ୍ଷ ଲୋକଙ୍କର କ୍ରସ, ତାଙ୍କର ମଧ୍ୟ ଜଣଙ୍କ ଉପରେ କ୍ରସ ରହିଛି ଏବଂ ସେ ଏହାକୁ ସର୍ବ ସମ୍ମୁଖରେ ମଧ୍ୟ ମାନିଛନ୍ତି । ସେ ହେଉଛନ୍ତି ରଣବିର କପୁର । ନିଜର ରୋମାନଣ୍ଟିକ୍‌ ଅନ୍ଦାଜରେ ସମସ୍ତଙ୍କୁ ପାଗଳ କରିଥିବା ରଣବିର ନିଜର ଯାଦୁ ଆଲିଆଙ୍କ ଉପରେ ମଧ୍ୟ କରିଛନ୍ତି । ଆଲିଆଙ୍କ କହିବା ଅନୁଯାୟୀ,ରଣବିରଙ୍କୁ ପ୍ରଥମେ ଦେଖିବା ପରେ ତାଙ୍କ ଉପରେ ମୋର କ୍ରସ ଆସି ଯାଇଥିଲା ଏବଂ ଫିଲ୍ମ ‘ବର୍ଫି’ ପରେ ତାହା ଅଧିକ ବଢ଼ିଥିଲା ।ଏହି ଖୁସି ଆହୁରୀ ଦୁଇଗୁଣିତ ହୋଇଥିଲା ଯେତେବେଳେ ଆଲିଆଙ୍କୁ ତାଙ୍କର କ୍ରସଙ୍କ ସହ ଅର୍ଥାତ ରଣବିରଙ୍କ ସହ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ କାମ କରିବାରେ ସୁଯୋଗ ମିଳିଥିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More