Only for Entertainment

ପୁରୁଷଙ୍କର କେଉଁ ଗୁଣକୁ ପସନ୍ଦ କରନ୍ତି ମହିଳା ଜାଣନ୍ତୁ ।

besame
0 169

ଆଜିର ଏହି ଚାକଚକ୍ୟ ଜୀବନରେ ସମସ୍ତେ ସ୍ମାର୍ଟ ହେବାକୁ ଚାହାଁନ୍ତି। ଏମିତିକି ଯୁବକ ଓ ଯୁବତୀମାନେ ଚାହାଁନ୍ତି ତାଙ୍କ ବଏ ଫ୍ରେଣ୍ଡ କିମ୍ୱା ଗାର୍ଲ ଫ୍ରେଣ୍ଡ୍‌ ସର୍ବଗୁଣ ସମ୍ପନ୍ନ ହୋଇଥିବା ଦରକାର। ଖାସ୍‌ କରି ଯୁବତୀମାନେ କେଉଁ ପ୍ରକାର ପୁରୁଷଙ୍କୁ ପସନ୍ଦ କରିଥାନ୍ତି ଏନେଇ ନିକଟରେ ଏକ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ଜଣାପଡ଼ିଛି ଯେ ଯୁବତୀମାନେ ପ୍ରଥମେ ପୁରୁଷମାନଙ୍କ ଦୁଇଟି ବିଷୟ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି। ତାହା ହେଉଛି ସୁନ୍ଦର ସ୍ୱାସ୍ଥ୍ୟ ଓ ମନି ପାୱାର।

ୟୁକେର କୋୱେଣ୍ଟ୍ରି ଓ ଅବଷ୍ଟ୍ରିୱେଥ ୟୁନିଭରସିର୍ଟିର ଗବେଷକମାନେ ଯୁବତୀମାନଙ୍କ ଉପରେ ରିସର୍ଚ୍ଚ କରିବା ପାଇଁ ଏକ ୱେବସାଟ୍‌ ଟ୍ୟୁବ୍‌ କ୍ରଶ୍‌ର ସାହାଯ୍ୟ ନେଇଥିଲେ। ଗବେଷଣାରୁ ଜଣାପଡ଼ିଛି ଯେ ଯୁବତୀମାନେ ବଡି ବିଲଡର୍‌ ଓ ଧନୀ ଥିବା ପୁରୁଷଙ୍କୁ ଅଧିକ ପସନ୍ଦ କରିଥାନ୍ତି।

ଜଣେ ଗବେଷକ କହିଛନ୍ତି,“ ଏବେ ବି ଯୁବତୀମାନେ ମଧ୍ୟମ ଓ ସଭ୍ରାନ୍ତ ଶ୍ରେଣୀର ଯୁବକଙ୍କୁ ପସନ୍ଦ କରୁଛନ୍ତି। ଏହାସହିତ ମସଲ୍‌ ଥିବା ଯୁବକମାନଙ୍କୁ ମଧ୍ୟ ପସନ୍ଦ କରିଥାନ୍ତି। ଦେଖିବାକୁ ଗଲେ ସମୟ ସହିତ ପୁରୁଷମାନଙ୍କ ଚିନ୍ତାଧାରରେ କିଛିଟା ପରିବର୍ତ୍ତନ ହୋଇଛି। କିନ୍ତୁ ଯୁବତୀମାନେ ସେମାନଙ୍କ ବଏ ପ୍ରେଣ୍ଡ୍‌ ପସନ୍ଦ କରିବା ସମୟରେ ଏବେ ବି ସେମାନଙ୍କ ପୂର୍ବ ଚିନ୍ତାଧାରାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଯେମିତିକି ତାଙ୍କ ବଏ ଫ୍ରେଣ୍ଡ ସଭ୍ରାନ୍ତ ଶ୍ରେଣୀର ହୋଇଥିବା ଦରକାର।

ଏହି ପ୍ରସଙ୍ଗ ଉପରେ ଗବେଷଣା କରାଯାଇଥିବା ୱେବସାଇଟ ଟ୍ୟୁବ୍‌ କ୍ରଶ୍‌ରେ ଯୁବକମାନଙ୍କର ଆକର୍ଷଣୀୟ ଫଟୋ ଅପଲୋଡ କରାଯାଇଥିଲା। ଏଥିରେ ଜଣାପଡ଼ିଥିଲା ଯୁବତୀମାନେ ପୁରୁଷମାନଙ୍କ ବଡି, ମହଙ୍ଗା ପୋଷାକ ଓ ମୋବାଇଲ୍ ଫୋନ୍‌କୁ ଅଧିକ ଧ୍ୟାନ ଦେଉଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More