ପ୍ରିୟଙ୍କା ନିକ ଜୋନସଙ୍କ ସହିତ ନିଜ ମାଙ୍କୁ ଦେଖା କରିବା ପାଇଁ ଆମେରିକାରୁ ମୁମ୍ବାଇ ଆସିଥିଲେ । ତେଣୁ ସେ ମିଡିଆର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲେ । ସେ କେବଳ ଗୋଆରେ ପାର୍ଟି କରି ନଥିଲେ ବରଂ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶଙ୍କ ନିର୍ବନ୍ଧରେ ମଧ୍ୟ ସାମିଲ ହୋଇଥିଲେ ।
ମୁମ୍ବାଇରୁ ଯିବାପରେ ପ୍ରିୟଙ୍କା ଏବଂ ନିକ ଆମେରିକା ନଯାଇ ବ୍ରାଜିଲ ଯାଇଛନ୍ତି । ବାସ୍ତବରେ ବ୍ରାଜିଲର ଗୋଇଆନ୍ୟୋ ସହରରେ ନିକଙ୍କର ଏକ ମ୍ୟୁଜିକ କନ୍ସର୍ଟ ରହିଛି । ସେଥିରେ ପ୍ରିୟଙ୍କା ନିକଙ୍କ ସାଥ ଦେବେ ।
Priyanka and Nick in Brazil @priyankachopra @nickjonas pic.twitter.com/xo5wzj5AvB
— PRIYANKA DAILY (@PriyankaDailyFC) June 29, 2018
କହିରଖୁଛୁଯେ ପ୍ରିୟଙ୍କା ନିକଙ୍କ ଠାରୁ ୧୦ ବର୍ଷ ବଡ଼ । ଏକ ମିଡିଆ ରିପୋର୍ଟ ଅନୁସାରେ ଏହି ବର୍ଷ ସେ ନିକଙ୍କ ସହିତ ନିର୍ବନ୍ଧ କରିପାରନ୍ତି । ନିର୍ବନ୍ଧ ଜୁଲାଇ ବା ଅଗଷ୍ଟରେ ହୋଇପାରେ । ତେବେ ପ୍ରିୟଙ୍କା ଖୁବଶୀଘ୍ର ଫିଲ୍ମ ଭାରତରେ ସଲମାନଙ୍କ ସହିତ ନଜର ଆସିବେ ।