Only for Entertainment

ଜାଣନ୍ତୁ କାହିଁକି ସୂର୍ଯ୍ୟ ଉଦୟ ପୂର୍ବରୁ ଦିଆଯାଏ ଫାଶୀ ?

109

ଆମେ ସମସ୍ତେ ଫିଲ୍ମ କିମ୍ବା ଅସଲ ଜୀବନରେ ଦେଖିଥିବା ଯେ କୌଣସି ଅପରାଧୀକୁ ସକାଳ ସମୟରେ ଫାଶୀ ଦିଆଯାଇଥାଏ, କିନ୍ତୁ କେବେ ଆପଣ ଭାବିଛନ୍ତି ଅସଲରେ କାହିଁକି ସକାଳେ ଫାଶୀ ଦିଆଯାଏ ? ଆସନ୍ତୁ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇବୁ ।

ଫାଶୀ ପୂର୍ବରୁ ଜେଲ ପ୍ରଶାସନ ଅପରାଧୀଙ୍କ ଶେଷ ଇଚ୍ଛା ପଚାରିଥାଆନ୍ତି, ଯାହା ଜେଲର ମ୍ୟାନୁଆଲ ମଧ୍ୟରେ ଯିବା ଉଚିତ, ତେବେ ଯାଇ ତାହା ପୂରଣ କରାଯାଇପାରିବ । ଫାଶୀ ଦେବା ପୂର୍ବରୁ ଫାଶୀ ଦେଉଥିବା ବ୍ୟକ୍ତି ପ୍ରଥମେ କ୍ଷମା ପ୍ରାର୍ଥନା କରିଥାଆନ୍ତି । କହିଥାଆନ୍ତି ହିନ୍ଦୁ ଭାଇଙ୍କୁ ରାମ-ରାମ, ମୁସଲମାନ ଭାଇଙ୍କୁ ମୋର ସଲାମ । ଆମେ କ’ଣ କରିପାରିବୁ, ଆମେ ତ ଆଦେଶର ଗୁଲାମ ।

ଫାଶୀ ଦେବା ପରେ ୧୦ମିନିଟ ପର୍ଯ୍ୟନ୍ତ ଅପରାଧୀଙ୍କୁ ଓହଳି ରହିବାକୁ ଛାଡି ଦିଆଯାଇଥାଏ । ଏହାପରେ ଡାକ୍ତରଙ୍କ ଟିମ ଆସି ତଦାରଖ କରିଥାଆନ୍ତି ଯେ ଅପରାଧୀ ଜଣକ ମୃତ କି ଜୀବିତ । ମୃତ୍ୟୁ ହୋଇଯାଇଥିବା ପରେ ଅପରାଧୀଙ୍କୁ ତଳକୁ ଓହ୍ଲାଇ ଦିଆଯାଇଥାଏ ।

ଫାଶୀ ସମୟରେ ଜେଲ ଅଧୀକ୍ଷକ, କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ଏବଂ ଫାଶୀ ଦେଉଥିବା ବ୍ୟକ୍ତିଙ୍କ ଉପସ୍ଥିତି ଜୁରୁରୀ । ଏମାନଙ୍କ ମଧ୍ୟରେ କେହି ଜଣେ ବି ଅନୁପସ୍ଥିତ ରହିଲେ ଫାଶୀ ଦିଆଯାଇନଥାଏ ।

ଫାଶୀ ଦେବା ସମୟରେ ସକାଳ ସମୟ ସ୍ଥିର କରାଯାଇଥାଏ କାରଣ ନିୟମାବଳୀ ଜରିଆରେ ଜେଲର ସମସ୍ତ କାର୍ଯ୍ୟ ସୂର୍ଯୋଦୟ ପରେ କରାଯାଇଥାଏ କାରଣ ଜେଲର ଅନ୍ୟ କାର୍ଯ୍ୟ ପ୍ରଭାବିତ ନ ହେଉ , ଏହିକାରଣରୁ ସକାଳେ ସୂର୍ଯ ଉଦୟ ପୂର୍ବରୁ ଫାଶୀ ଦିଆଯାଇଥାଏ । ଏହାର କାରଣ ଏହା ମଧ୍ୟ ଯେ ଫାଶୀ ଦେବା ପୂର୍ବରୁ ଏବଂ ପରେ ମେଡିକାଲ ନିରୀକ୍ଷଣ, ରେଜିଷ୍ଟରରେ ଏଂଟ୍ରି , ଅନେକ ସ୍ଥାନକୁ ନୋଟ୍ସ ପଠାଇବା ଇତ୍ୟାଦି । ଏହାପରେ ଯାଇ ଶବକୁ ପରିବାର ଲୋକଙ୍କୁ ଦିଆଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More