ବିବାହ କରିବା ପୂର୍ବରୁ ପାର୍ଟନରଙ୍କ ବଷୟରେ ଜାଣନ୍ତୁ ଏହି ସବୁ କଥା
ବିବାହ କରିବାକୁ ଯାଉଛନ୍ତି କି? ତେବେ ପୁଅ ଝିଅ ସେମାନଙ୍କ ବିଷୟରେ କିଛି କଥା ନିହାତି ଜାଣି ନେବା ଉଚିତ୍ । ଅନେକ ସମୟରେ ଲଭ ମ୍ୟାରେଜ ହେଉ କିମ୍ବା ଆରେଂଜ ମ୍ୟାରେଜ ହେଉ ଜୀବନ ସାଥୀଙ୍କ ବିଷୟରେ ବିଶେଷ କିଛି ନଜାଣି ବିବାହ କରି ନେଇଥାନ୍ତି । ଫଳରେ ଉଭୟଙ୍କ ବିଷୟରେ ଅନଭିଜ୍ଞ ଥିବାରୁ ଦାମ୍ପତ୍ୟ ଜୀବନ ଅଧିକ ସମୟ ତିଷ୍ଠି ରହିପାରି ନଥାଏ ।
- କ୍ୟାରିୟର ପାଇଁ କ’ଣ ଚିନ୍ତା ରହିଛି :
ଯଦି ଆପଣ କଲେଜ ପଢୁଥିବା ବେଳେ ଆପଣଙ୍କର ପାର୍ଟନରକୁ ବିବାହ କରିବାକୁ ଚାହୁଁଥାନ୍ତି ତେବେ ତାଙ୍କ କ୍ୟାରୁୟରର ଲକ୍ଷ୍ୟ କ’ଣ ରହିଛି ଜାଣନ୍ତୁ । ତାଙ୍କ ସ୍ୱପ୍ନର ଜବ କ’ଣ ରହିଛି, ସେ ନିଜକୁ ଆଗାମୀ ୫ ବର୍ଷ ମଧ୍ୟରେ କିପରି ଦେଖିବାକୁ ଚାହୁଁଛନ୍ତି, ସେ ବିଷୟରେ ଆପଣଙ୍କ ପାର୍ଟନରଙ୍କଠାରୁ ପ୍ରଥମେ ବୁଝି ରଖନ୍ତୁ । - ସାଥୀଙ୍କ ବ୍ୟବହାର ଜାଣନ୍ତୁ :
ଅନେକ ସମୟରେ ଭଲ ପାଇବା ବେଳେ ପୁଅ ଝିଅମାନେ ଭଲ ବ୍ୟବହାର ଦେଖାଇଥାନ୍ତି । କିନ୍ତୁ ବିବାହ ପରେ କେତେକଙ୍କର ବ୍ୟବହାର ଖୁବ ଭିନ୍ନ ହୋଇଥାଏ, ଯେଉଁଥିପାଇଁ ସାଂସାରିକ ଜୀବନ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠି ରହି ନଥାଏ । - ପସନ୍ଦ ଓ ନାପସନ୍ଦ ଜାଣନ୍ତୁ :
ବିବାହ ପୂର୍ବରୁ ଆପଣଙ୍କ ପାର୍ଟନରଙ୍କ ପସନ୍ଦ ଓ ନାପସନ୍ଦ ବିଷୟରେ ଜାଣି ରଖନ୍ତୁ । - ଲଭ ମ୍ୟାରେଜକୁ ଘର ଲୋକଙ୍କ କେତେ ସ୍ୱୀକୃତି ରହିଛି :
ଜଣାପଡିଛି କି ଲଭ ମ୍ୟାରେଜକୁ ନେଇ ଘର ଲୋକ ସନ୍ତୁଷ୍ଟ ନଥିଲେ ବିବାହ ପରେ ସ୍ୱାମୀ ଭିତରେ ଖୁବ କଳହ ଲାଗି ରହିଥାଏ । ତେଣୁ ପରିବାରର କେତେ ସ୍ୱୀକୃତି ରହିଛି ସେ ବିଷୟରେ ବୁଝି ବିବାହ ନିଷ୍ପତି ନିଅନ୍ତୁ । - ଲୁପ୍ତ ପ୍ରତିଭା ବିଷୟରେ ଜାଣନ୍ତୁ :
ଆପଣଙ୍କ ପାର୍ଟନରଙ୍କ ଲୁପ୍ତ ପ୍ରତିଭା କ’ଣ ରହିଛି ସେ ବିଷୟରେ ଜାଣନ୍ତୁ । ଯଦି ଆପଣ ପାର୍ଟନରଙ୍କର ଲୁପ୍ତ ପ୍ରତିଭାକୁ ବାହାର କରିବାରେ ସହେଯାଗ କରିବେ ତେବେ ଭଭୟଙ୍କ ମଧ୍ୟରେ ପ୍ରେମ ତିଷ୍ଠି ରହିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । - ଉଭୟଙ୍କ ପିଲାଦିନ ବିଷୟରେ ଜାଣନ୍ତୁ :
ପିଲାଦିନ କିପରି କଟିଛି ସେ ବିଷୟରେ ପାର୍ଟନରଙ୍କ ସହିତ ଶେୟାର କରନ୍ତୁ । ଫଳରେ ଉଭୟଙ୍କ ମଧ୍ୟରେ ଭଲପାଇବା ବୃଦ୍ଧି ହେବ । - ଫ୍ୟାମିଲି ପ୍ଲାନିଂ କ’ଣ ରହିଛି :
ଆପଣଙ୍କ ପାର୍ଟନର ଗୋଟିଏ କି ଦୁଇଟି ପିଲା ଚାହୁଁଛନ୍ତି ଏବଂ ପିଲାଙ୍କ ଭବିଷ୍ୟତ କିପରି ଗଢିବା ପାଇଁ ଚାହୁଁଛନ୍ତି ଏ ବଷୟରେ ମଧ୍ୟ କଥା ହୋଇଯିବା ଉଚିତ । - ଖାଦ୍ୟ, ପୋଷାକ ଓ ପରିଚ୍ଛନ୍ନତା :
ଆପଣଙ୍କ ପାର୍ଟନର କ’ଣ ଖାଇବାକୁ ପସନ୍ଦ କରନ୍ତି, କ’ଣ ପିନ୍ଧିବାକୁ ପସନ୍ଦ କରନ୍ତି ଏବଂ ପରିଚ୍ଛନ୍ନତା ଉପରେ କେତେ ଧ୍ୟାନ ଦିଅନ୍ତି ସେ ବିଷୟରେ ନିହାତି ଜାଣି ରଖନ୍ତୁ ।